ବିଜେପିରେ ଯୋଗ ଦେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡ଼ିବାକୁ କହିଲେ ଘରମାଲିକ

ଅଲିଗଡ଼: ଭାରତୀୟ ଜନତା ପାର୍ଟିରେ ଯୋଗ ଦେବା କାରଣରୁ ରବିବାର ଦିନ ଜଣେ ମୁସଲମାନ ମହିଳାଙ୍କୁ ଭଡ଼ାଘରର ମାଲିକ ଘର ଛାଡ଼ିବାକୁ କହିଛନ୍ତି।

ସେ ମହିଳାଙ୍କ ନାମ ଗୁଲିସ୍ତାନା। ସେ ଅଭିଯୋଗ କରିଛନ୍ତି ଯେ ଘରଛାଡ଼ିବାକୁ କହିବା ପୂର୍ବରୁ ଘରମାଲିକ ତାଙ୍କ ପ୍ରତି ମନ୍ଦ ବ୍ୟବହାର କରିଥିଲେ।
ସେ କହିଛନ୍ତି: ଗତକାଲି ମୁଁ ବିଜେପିରେ ଯୋଗ ଦେଇଛି। ଘରମାଲିକ ଏ କଥା ଜାଣିବା ପରେ ସେ ମୋ ପ୍ରତି ଖରାପ ବ୍ୟବହାର କରି ତୁରନ୍ତ ଘର ଛାଡ଼ିବାକୁ କହିଛନ୍ତି।

Image Source: Times of India

ଅଲିଗଡ଼ର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଆକାଶ କୁହ୍ଲାଡ଼ି କହିଛନ୍ତି ଯେ ଏ ଘଟଣାରେ ଏକ ମାମଲା ରୁଜୁ କରାଯାଇଛି।

ସେ କହିଛନ୍ତି: ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ ବିଜୁଳି ବିଲ୍‌ ପାଇଁ ଗୁଲିସ୍ତାନାଙ୍କୁ ଘରମାଲିକର ମାଆ ୪୦୦୦ ଟଙ୍କା ମାଗିଥିଲେ। ଏ କଥାରୁ ଗୁଲିସ୍ତାନା ରାଜନୈତିକ ଦଳରେ ଯୋଗ ଦେବା କଥା ଉଠିଥିଲା ଓ ଯୁକ୍ତିତର୍କ ହୋଇଥିଲା। ସମ୍ପୃକ୍ତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.