ମୁସଲିମ ମହିଳାଙ୍କୁ ‘ବେବି ମେକିଂ ଫ୍ୟାକ୍ଟ୍ରି’ କହି କର୍ଣ୍ଣାଟକ ଆରଏସଏସ କର୍ମୀ ଗିରଫ

ବେଙ୍ଗାଲୁରୁ : କର୍ଣ୍ଣାଟକର ରାଇଚୁରର ଜଣେ ଆରଏସଏସ ( ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ) କର୍ମୀ ମୁସଲିମ ମହିଳାଙ୍କୁ ‘ବେବି ମେକିଂ ଫ୍ୟାକ୍ଟ୍ରି ବୋଲି ଦର୍ଶାଇ ଏକ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ ଦେଇଥିବାରୁ ଗିରଫ ହୋଇଛନ୍ତି। ଏହି ଆରଏସଏସ କର୍ମୀଙ୍କ ନାମ ରାଜୁ ଥୁମ୍ବକ। ଗୁରୁବାର ସନ୍ଧ୍ୟାରେ ସେ ଏହି ପୋଷ୍ଟ୍‌ କରିବାପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଜୋରଦାର ଆନ୍ଦୋଳନ ହୋଇଥିଲା। ଥୁମ୍ବକଙ୍କ ହ୍ବାଟ୍ପଆପ ଷ୍ଟାଟସ ଫଟୋ ଭାଇରାଲ୍‌ ହେବାପରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲା ଏବଂ ତାଙ୍କୁ ଗିରଫ କରିବାପାଇଁ ଦାବି କରାଯାଇଥିଲା। ଅଭିଯୋଗ ଆଧାରରେ ପୁଲିସ ଗୁରୁବାର ସନ୍ଧ୍ୟାରେ ଥୁମ୍ବକଙ୍କୁ ଗିରଫ କରିଥିଲା। ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି ଏବଂ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର