ଜୟ ଶ୍ରୀରାମ କହିବାକୁ ୨ ଜଣ ମୁସଲିମ ଯୁବକଙ୍କୁ ବାଧ୍ୟ କରାଯିବା ଘଟଣାରେ, ୪ଜଣଙ୍କ ନାଆଁରେ ଥାନାରେ ଏତଲା

ଔରଙ୍ଗାବାଦ: ମହାରାଷ୍ଟ୍ରର ଔରଙ୍ଗାବାଦରେ ଜୟ ଶ୍ରୀରାମ କହିବାକୁ ୨ ଜଣ ମୁସଲିମ ଯୁବକଙ୍କୁ ବାଧ୍ୟ କରାଯିବା ଘଟଣାରେ ୪ଜଣଙ୍କ ନାଆଁରେ ଥାନାରେ ଏତଲା ଦିଆଯାଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ମହାରାଷ୍ଟ୍ରର ଔରଙ୍ଗାବାଦର ଆଜାଦ ଚୌକଠାରେ ଗତକାଲି ଏହି ଘଟଣା ଘଟିଛି ।

ଦୁଇ ପୀଡ଼ିତଙ୍କ ମଧ୍ୟରୁ ଜଣେ ସକିଲ ଅମୀର ଅଭିଯୋଗ ଆଣି କହିଛନ୍ତି ଯେ ଆଜାଦ ଛକରେ ତାଙ୍କୁ କିଛି ଯୁବକ ଜୋର ଜବରଦସ୍ତି କରି ଜୟ ଶ୍ରୀରାମ ସ୍ଲୋଗାନ୍ ଉଚ୍ଚାରଣ କରିବାକୁ କହିଥିଲେ । ଏହାପରେ କିଛି ଲୋକ କାରରେ ସେଠାରେ ପହଞ୍ଚି  ବି ଜୟ ଶ୍ରୀରାମ କହିବାକୁ ବାଧ୍ୟ କରିଥିଲେ । ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ଜଣାଯାଇଛି ।

photo–desi dozz

ଏହି ଅଘଟଣ ଘଟିବାପରେ ସେହି ଅଞ୍ଚଳରେ ପୁଲିସ ମୁତୟନ କରାଯାଇଛି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି ଔରଙ୍ଗାବାଦ ପୁଲିସ କମିଶନର ଚିରଞ୍ଜିବୀ ପ୍ରସାଦ ସୂଚନା ଦେଇଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଗତ କିଛି ମାସ ହେବ ‘ଜୟ ଶ୍ରୀରାମ’ କହିବାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଉତ୍ତେଜନା ଦେଖାଯାଇଛି । ଏଭଳି କେତେକ ମାମଲା ବି ଥାନା ଯାଏଁ ପହଞ୍ଚିଛି।

ସମ୍ବନ୍ଧିତ ଖବର