ହିନ୍ଦୁ ଝିଅର ବିବାହ ପାଇଁ ନିଜ ଉତ୍ସବ ତାରିଖ ଘୁଞ୍ଚାଇଲେ ମୁସଲିମ ସମ୍ପ୍ରଦାୟ

କୋଝିକୋଡ଼: ସମ୍ପର୍କର ମୂଲ୍ୟ କେତେ ଅମୁଲ୍ୟ ହୋଇପାରେ ତାହା କରି ଦେଖାଇଛନ୍ତି କେରଳ କୋଝିକୋଡ଼ର ମୁସଲିମ ସମ୍ପ୍ରଦାୟ | ମିଳିଥିବା ସୂଚନା ମୁତାବକ ଏହି ଅଂଚଳରେ ଥିବା ଜୁମା ମସଜିଦ ମହଲ କମିଟି ନିକଟରେ ଜଣେ ହିନ୍ଦୁ ଯୁବତୀଙ୍କର ବିବାହ ସ୍ଥିରୀକୃତ ହୋଇଥିଲା | ତାଙ୍କ ବିବାହ କାର୍ଯ୍ୟକ୍ରମ ମସଜିଦ ନିକଟରେ ଅନୁଷ୍ଠିତ ହେବାକୁ ଥିବାବେଳେ ମାତ୍ର ୪ ମିଟର ଅଣ ଓସାରିଆ ରାସ୍ତା ଥିଲା |

ତେଣୁ ଝିଅଟିର ବିବାହ କିଭଳି ସୁରୁଖୁରୁରେ ସମ୍ପନ୍ନ ହେବ ସେ ନେଇ ମହଲ କମିଟି ପକ୍ଷରୁ ବୈଠକ ବସିଥିଲା | ତେବେ ଝିଅର ବିବାହ ଓ ମିଲାଦ-ଉନ-ନବୀ ଉତ୍ସବ ଗୋଟିଏ ଦିନ ପଡୁଥିବାରୁ ଏହାକୁ ନେଇ ଉଭୟ କନ୍ୟା ପକ୍ଷ ଓ ମୁସଲିମ ସମ୍ପ୍ରଦାୟ ଚିନ୍ତାରେ ପଡିଯାଇଥିଲେ | ତେବେ ଏଥିରେ ମୁସଲିମ ସମ୍ପ୍ରଦାୟ ନିଜ ଉଦାର ହୃଦୟର ପ୍ରମାଣ ଦେଇଥିଲେ | ସେମାନେ ମିଲାଦ-ଉନ-ନବୀ ଉତ୍ସବକୁ ପରବର୍ତୀ ସପ୍ତାହକୁ(ଆସନ୍ତା ନଭେମ୍ବର-୧୭) ଘୁଞ୍ଚାଇଦେଇଥିଲେ |

କେବଳ ଉତ୍ସବ ଘୁଞ୍ଚାଇନଥିଲେ ବରଂ ହିନ୍ଦୁ ଝିଅର ବିବାହ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଭାଗ ମଧ୍ୟ ନେଇଥିଲେ | ଏହାକୁ ନେଇ ମହଲା କମିଟିର ସଦସ୍ୟ କହିଛନ୍ତି ଯେ ବିବାହ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିବାରୁ ଓ ବିଶେଷ କରି ପାଖରେ ରହୁଥିବା ଝିଅର ବିବାହ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି |

ସମ୍ବନ୍ଧିତ ଖବର