ଇଦ୍ ପରେ ନିର୍ବାଚନ କରିବାକୁ ଦେଓବନ୍ଦୀ ଉଲେମାଙ୍କ ଦାବି : ମୁସଲମାନଙ୍କ ପବିତ୍ର ମାସ ରମଜାନ୍, ଇଦ୍ ପରେ କରାନ୍ତୁ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ରମଜାନ୍ ସମୟରେ ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ଉପରେ ରାଜନୈତିକ ଦଳ ପ୍ରଶ୍ନ ଉଠାଉଛନ୍ତି । ଏବେ ସହାରନପୁରର ଏକ ଦେଓବନ୍ଦୀ ଉଲେମା ମଧ୍ୟ ନିର୍ବାଚନ ଆୟୋଗ ଏହି ମାମଲା ଉପରେ ଦାବି କରିଛନ୍ତି । ମଦ୍ରାସା ଜାମିୟା ଶୈଖୁଲ ହିନ୍ଦର ଉଲେମା ମୁଫତି କାସମୀ ମଧ୍ୟ ନିର୍ବାଚନ ଆୟୋଗକୁ ଦାବି କରିଛନ୍ତି, କି ଦେଶରେ ଲୋକସଭା ନିର୍ବାଚନ ଇଦ୍ ପରେ କରାଯାଉ। ସୂଚନାଯୋଗ୍ୟ,୧୧ ଏପ୍ରିଲରୁ ୨୩ ମେ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ଘୋଷଣା ହୋଇସାରିଛି । ଏ ମଧ୍ୟରେ ୬ ମେ’ରୁ ରମଜାନର ମାସ ଆରମ୍ଭ ହେଉଛି।

ଦେଓବନ୍ଦୀ ଉଲେମା ନିର୍ବାଚନ ଆୟୋଗକୁ ଇଦ୍ ପରେ ନିର୍ବାଚନ କରିବାକୁ ଦାବି କରିଛନ୍ତି । ତାଙ୍କ କହିବାନୁସାରେ,ଏହି ପବିତ୍ର ମାସରେ ମୁସଲମାନମାନେ ରୋଜା ରଖି ଉପାସନାରେ ବ୍ୟସ୍ତ ରହନ୍ତି । ଉଲେମା କହିଛନ୍ତି, ନିର୍ବାଚନ ଆୟୋଗ ତରଫରୁ ଯେଉଁ ଘୋଷଣା କରାଯାଇଛି, ରମଜାନ୍ ଉଲ ମୁବାରକରେ ନିର୍ବାଚନର ଘୋଷଣା କରାଯାଇଛି । ସେଥିପାଇଁ ସେ ନିର୍ବାଚନ ଆୟାଗକୁ ଦାବି କରିଛନ୍ତି କି, ମୁସଲମାନଙ୍କ ପବିତ୍ର ମାସ ରମଜାନ୍ । ଏଥିପାଇଁ ମୁସଲମାନ୍ ପୂରା ବର୍ଷ ଏହାର ଅପେକ୍ଷା କରନ୍ତି ଏବଂ ରମଜାନରେ ପୂରା ଦିନ ରୋଜା ରଖନ୍ତି।

ସୂଚନାଯୋଗ୍ୟ, ୧୧ ଏପ୍ରିଲ ଠାରୁ ପ୍ରସ୍ତାବିତ ଲୋକସଭା ନିର୍ବାଚନ କାର୍ଯ୍ୟକ୍ରମ ମଧ୍ୟରେ ପଡୁଥିବା ରମଜାନ୍ ମାସରେ ଭୋଟିଂ ତାରିଖକୁ ନେଇ ଉଠୁଥିବା ବିବାଦ ଉପରେ ନିର୍ବାଚନ ଆୟୋଗ ସୋମବାର ଦିନ ନିଜ ପକ୍ଷ ସ୍ପଷ୍ଟ କରିଛନ୍ତି । ନିର୍ବାଚନ ଆୟୋଗ କହିଲେ କି, ରମଜାନ୍ ପୂରା ମାସ ଆମେ ନିର୍ବାଚନକୁ ରୋକି ପାରିବୁ ନାହିଁ । ରମଜାନର ମୁଖ୍ୟ ଦିନ ଅର୍ଥାତ୍ ଶୁକ୍ରବାର ଦିନ ଭୋଟ୍ ଆୟୋଜିତ କରାଯିବ ନାହିଁ । ରମଜାନ ମାସରେ ନିର୍ବାଚନକୁ ନେଇ ତୃଣମୂଳ କଂଗ୍ରେସ ସମେତ କିଛି ଦଳ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର