ମୁସଲମାନ ପୁରୁଷ ଓ ମହିଳା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିପାରିବେ ନାହିଁ: ଫତଓ୍ଵା

ନୂଆଦିଲ୍ଲୀ: ଇସାଲାମୀୟ ସେମିନାରୀ ଦରୁଲ୍‌ ଉଲୁମ୍‌ ଦେଓବନ୍ଦ ଏକ ଫତଓ୍ଵା ଜାରି କରିଛନ୍ତି। ଏହି ଫତଓ୍ଵା ଅନୁସାରେ ମୁସଲମାନମାନେ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରିପାରିବେ ନାହିଁ। ଦରୁଲ ଉଲୁମ୍‌ ଦେଓବନ୍ଦ ପକ୍ଷରୁ କୁହାଯାଇଛି କି ଏହା ‘ଅଣ-ଇସ୍‌ଲାମିକ୍‌’ ହୋଇଥିବାରୁ ମୁସଲମାନମାନେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଇସ୍‌ଲାମ୍‌ ସମ୍ମତ ନୁହେଁ।

ଉତ୍ତର ପ୍ରଦେଶର ସାହାରନ୍‌ପୁରରେ କାର୍ଯ୍ୟାଳୟ ଥିବା ଏହି ସେମିନାରି ଭାରତର ଅନ୍ୟତମ ଇସ୍‌ଲାମିକ୍‌ ସେମିନାରି ଭାବେ ପରିଗଣିତ ହୋଇଥାଏ।

ଦାରୁଲ ଉଲୁମ ଦେଓବନ୍ଦର ନିଷ୍ପତ୍ତିକୁ ସର୍ବସାଧାରଣଙ୍କ ପାଖରେ ଉପସ୍ଥାପିତ କରୁଥିବା ଦାରୁଲ ଇଫ୍‌ତା ପକ୍ଷରୁ ଘୋଷଣା କରାଯାଇଛି କି ମୁସଲମାନ ପୁରୁଷ, ମହିଳା ଓ ସେମାନଙ୍କ ପରିବାର ବର୍ଗ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଅଣ-ଇସ୍‌ଲାମିକ୍‌ ବା ଇସ୍‌ଲାମିକ୍‌ ସ୍ୱୀକୃତି ନୁହେଁ।

ଏହି ଫତଓ୍ଵା ଜାରୀକୁ ଯଥାର୍ଥ ବୋଲି ସୂଚାଇ ଦେଓବନ୍ଦ ସେମିନାରୀର ଶାହାନଓ୍ଵାଜ କାଦ୍ରି କହିଛନ୍ତି ‘ଯେ ଅନାବଶ୍ୟକ ଭାବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଉଚିତ ନୁହେଁ। ଦେଓନନ୍ଦର ଏହି ଫତଓ୍ଵା ଶତପ୍ରତିଶତ ଠିକ୍‌।’

ଏହି ଫତଓ୍ଵା ଜାରୀକୁ ଯଥାର୍ଥ ବୋଲି ସୂଚାଇ ଦେଓବନ୍ଦ ସେମିନାରୀର ଶାହାନଓ୍ଵାଜ କାଦ୍ରି କହିଛନ୍ତି ‘ଯେ ଅନାବଶ୍ୟକ ଭାବେ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ଉଚିତ ନୁହେଁ। ଦେଓନନ୍ଦର ଏହି ଫତଓ୍ଵା ଶତପ୍ରତିଶତ ଠିକ୍‌।’

ଗତ ମାସରେ ଜଣେ ମୁସଲମାନ ସେମିନାରିକୁ ପ୍ରଶ୍ନ କରିଥିଲେ ଯେ, ସେ ଓ ତାଙ୍କ ପତ୍ନୀଙ୍କ ଫଟୋ ଫେସବୁକ ଓ ହ୍ଵାଟସ୍‌ଆପ୍‌ରେ ପକାଇବାରେ କିଛି ଅସୁବିଧା ଅଛି କି? ଏହାପରେ ସେମିନାରି ପକ୍ଷରୁ ଏହାକୁ ନେଇ ତର୍ଜମା ଆରମ୍ଭ ହୋଇଥିଲା। ଶେଷର ଦେଓବନ୍ଦ ପକ୍ଷରୁ ଏହି ଫତଓ୍ଵା ଜାରି କରାଯାଇଛି।

ଗତ କିଛିଦିନ ତଳେ ଦାରୁଲ ଉଲୁମ ଦେଓବନ୍ଦ ପକ୍ଷରୁ ଫତଓ୍ଵା ଜାରି କରାଯାଇ ମୁସଲିମ ମହିଳାମନଙ୍କୁ କେଶ କାଟିବା, ଭ୍ରୁଲତାକୁ ସଜାଡ଼ିବା ଆଦି ଉପରେ ନିଷେଧାଦେଶ ଜାରି କରାଯାଇଥିଲେ।

ସମ୍ବନ୍ଧିତ ଖବର