ମୁସଲମାନମାନେ ଏ ଦେଶରେ ବାସ ନ କରି ପାକିସ୍ତାନ କି, ବାଂଲାଦେଶ ଚାଲିଯିବା ଉଚିତ: ବିଜେପି ସାଂସଦ ବିନୟ କାଟିୟାର୍‌

ନୂଆଦିଲ୍ଲୀ: ମୁସଲମାନମାନେ ଏ ଦେଶରେ ବସବାସ କରିବା ଅନୁଚିତ, ସେମାନେ ପାକିସ୍ତାନ କି, ବାଂଲାଦେଶକୁ ଚାଲିଯିବା ଉଚିତ ବୋଲି ଆଜି ବିଜେପି ସାଂସଦ ବିନୟ କାଟିୟାର କହିଛନ୍ତି।

ବିଶ୍ୱ ହିନ୍ଦୁ ପରିଷଦର ଯୁବ ସଙ୍ଗଠନ ବଜରଙ୍ଗ ଦଳର ପ୍ରତିଷ୍ଠାତା କାଟିୟାର୍‌ ଆହୁରି କହିଛନ୍ତି ଯେ ବନ୍ଦେ ମାତରଂ ସମ୍ମାନ ଦେଉ ନ ଥିବା, ଜାତୀୟ ପତାକାକୁ ଅପମାନ ଦେଉଥିବା କିଂବା ପାକିସ୍ତାନୀ ପତାକା ଉତ୍ତୋଳନ କରୁଥିବା ଦଣ୍ଡିତ କରିବାକୁ ପାର୍ଲାମେଣ୍ଟ୍‌ରେ ଏକ ବିଲ୍‌ ଆଗତ କରାଯିବା ଉଚିତ।

ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ଅସାଦୁଦ୍ଦିନ୍‌ ଓଓ୍ଵାଇସିଙ୍କ କହିଥିବା ‘‘ଭାରତୀୟ ମୁସଲମାନଙ୍କୁ ପାକିସ୍ତାନୀ କହୁଥିବା ଲୋକଙ୍କୁ ଦଣ୍ଡିତ କରାଯାଉ’’ ପ୍ରତି ଏହା କାଟିୟାର୍‌ଙ୍କ ଜବାବ ବୋଲି ମନେହୁଏ। ଓଓ୍ଵାଇସିଙ୍କ ନାମ ନ ଧରି କାଟିୟାର୍‌ ଆହୁରି କହିଛନ୍ତି ଯେ, ଧର୍ମଭିତ୍ତିରେ ମୁସଲମାନମାନେ ଭାରତ ବିଭାଜନ କରିଛନ୍ତି।

ମୁସଲମାନମାନେ ଏ ଦେଶରେ ରହିବା ଅନୁଚିତ, ସେମାନେ ହିଁ ସେମାନଙ୍କ ଜନସଂଖ୍ୟା ଆଧାରରେ ଦେଶ ବିଭାଜନ କରିଛନ୍ତି। ତେଣୁ ସେମାନେ ଏଠି କାହିଁକି ରହିବେ? ସେମାନଙ୍କୁ ଭିନ୍ନ ରାଜ୍ୟ ଦିଆଯାଇଛି। ସେମାନେ ପାକିସ୍ତାନ କି, ବାଂଲାଦେଶ ଚାଲିଯିବା ଉଚିତ। ଏଠାରେ ସେମାନଙ୍କର କି କାମ?।

ସମ୍ବନ୍ଧିତ ଖବର