ନୂଆଦିଲ୍ଲୀ: ବାବ୍ରି ମସ୍‌ଜିଦ୍‌ର ଭଗ୍ନାଂଶ ଏବଂ ମୂଳଦୁଆ ନେବା ପାଇଁ ମୁସଲମାନ ପକ୍ଷ ଦାବି କରିବେ ବୋଲି କୁହାଯାଉଛି। ଏଥିରେ ହିନ୍ଦୁମାନଙ୍କ ତରଫରୁ ମଧ୍ୟ କୌଣସି ଆପତ୍ତି ନାହି ବୋଲି ଶୁଣାଯାଉଛି।

Advertisment

ରାମ ଲାଲ୍ଲା ବିରାଜମାନଙ୍କର ବନ୍ଧୁ ତ୍ରିଲୋକିନାଥ ପାଣ୍ଡେ କହନ୍ତି: ସେମାନେ ଭଗ୍ନାଂଶ ନେଇପାରିବେ। ସେସବୁ ତାଙ୍କର। ଆମର କୌଣସି ଆପତ୍ତି ନାହିଁ। ତାହା ବରଂ ଭ୍ରାତୃଭାବ ଏବଂ ସମ୍ପ୍ରଦାୟିକ ସହାବସ୍ଥାନର ସଙ୍କେତ ଭାବେ ବିବେଚନା କରାଯିବ।

ଅଯୋଧ୍ୟା ମାମଲାର ପକ୍ଷ ଥିବା ‘ଅଲ୍‌-ଇଣ୍ଡିଆ ମିଲ୍ଲି କାଉନ୍‌ସିଲ୍‌’ର ସାଧାରଣ ସମ୍ପାଦକ ଖଲିକ୍‌ ଅହମଦ୍‌ ଖାଁ କହନ୍ତି: ଢାଞ୍ଚାଟି ମୁସଲ୍‌ମାନଙ୍କର ହୋଇଥିବାରୁ ଆମେ ବାବ୍ରି ମସ୍‌ଜିଦ୍‌ର ଭଗ୍ନାଂଶ ଏବଂ ମୂଳଦୁଆ ନେବାକୁ ଦାବି କରିବୁ। ତିନି ଶହ ବର୍ଷରୁ ଅଧିକ କାଳ ଧରି ମୁସଲମାନମାନେ ସେଠାରେ ପ୍ରାର୍ଥନା କରିଥିବା କଥା ସୁପ୍ରିମ୍‌ କୋର୍ଟ ମଧ୍ୟ ସ୍ୱୀକାର କରିଛନ୍ତି।

publive-image Image Source: Zee News

ସୁପ୍ରିମ୍‌ କୋର୍ଟଙ୍କ ଆଦେଶ କ୍ରମେ ଦିଆଯିବାକୁ ଥିବା ୫ ଏକର ଜମିକୁ ଭଗ୍ନାଂଶ ସବୁକୁ ନିଆଯିବ କି, ବୋଲି ପଚରା ଯିବାରୁ ‘ଅଲ୍‌-ଇଣ୍ଡିଆ ମିଲ୍ଲି କାଉନ୍‌ସିଲ୍‌’ର ଅନ୍ୟତମ ସଦସ୍ୟ ଏସ୍‌କ୍ୟୁଆର୍‌ ଇଲିୟାସ୍‌ କହିଲେ: ବାବ୍ରି ମସ୍‌ଜିଦ୍‌ ବିନିମୟରେ ଆମେ ସରକାରଙ୍କ ଠାରୁ ଜମି ନେବୁ ନାହିଁ। ‘ଅଲ୍‌ ଇଣ୍ଡିଆ ମୁସ୍‌ଲିମ୍‌ ପର୍ସୋନାଲ୍‌ ଲ’ ବୋର୍ଡ’ ସଭାରେ ଜମି ଯୋଗାଡ଼ ପ୍ରସଙ୍ଗ ଆଲୋଚନା କରାଯିବ।