ଯୋଗୀଙ୍କୁ ଓୱେସୀଙ୍କ ପାଲଟା ଜବାବ: ମୁସଲମାନ ଅଧିକ ଗର୍ଭ ନିରୋଧକ ଔଷଧ ବ୍ୟବହାର କରନ୍ତି

ଲକ୍ଷ୍ନୌ: ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜନସଂଖ୍ୟା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଥିଲେ। ଏହା ସହ ସେ କହିଥିଲେ ଯେ ଗୋଟିଏ ବର୍ଗରେ ଜନସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଦେଶରେ ଅରାଜକତା ବଢ଼ିବ। ଜନସଂଖ୍ୟାରେ କୌଣସି ଅସନ୍ତୁଳନ ରହିବା ଉଚିତ୍ ନୁହେଁ। ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିରେ ଅସନ୍ତୋଷ ବ୍ୟକ୍ତ କରି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏହାର ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ଅଧିକାଂଶ ଗର୍ଭନିରୋଧକ ଔଷଧ ମୁସଲମାନମାନେ ବ୍ୟବହାର କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଓୱେସୀ ପ୍ରଶ୍ନ କରିଛନ୍ତି ଯେ ମୁସଲମାନମାନେ ଭାରତର ମୂଳ ବାସିନ୍ଦା ନୁହଁନ୍ତି କି? ଯଦି ଆମେ ବାସ୍ତବରେ ଦେଖିବା, ତେବେ କେବଳ ଆଦିବାସୀ ଏବଂ ଦ୍ରାବିଡ଼ ଲୋକ ହିଁ ମୂଳ ବାସିନ୍ଦା। କୌଣସି ଆଇନ ବିନା ଉତ୍ତରପ୍ରଦେଶରେ ୨୦୨୬ରୁ ୨୦୩୦ମଧ୍ୟରେ ଆବଶ୍ୟକୀୟ ପ୍ରଜନନ ହାର ହାସଲ ହେବ। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଦେଶରେ କୌଣସି ଆଇନର ଆବଶ୍ୟକତା ନାହିଁ ବୋଲି ଆମ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଅଧିକାଂଶ ଗର୍ଭନିରୋଧକ ଔଷଧ ମୁସଲମାନମାନଙ୍କ ଦ୍ୱାରା ବ୍ୟବହୃତ ହୁଏ। ୨୦୧୬ରେ ମୋଟ ପ୍ରଜନନ ହାର ୨.୬ ଥିଲା ଯାହା ବର୍ତ୍ତମାନ ୨.୩ ଅଟେ। ଦେଶର ଜନସଂଖ୍ୟା ଡିଭିଡେଣ୍ଡ ସବୁ ଦେଶ ମଧ୍ୟରେ ସର୍ବୋତ୍ତମ।

मुसलमान ज्यादा यूज करते हैं गर्भ निरोधक, सीएम योगी के जनसंख्या वृद्धि वाले बयान पर बोले ओवैसी

ଉଲ୍ଲେଖଯୋଗ୍ୟ, ବିଶ୍ବ ଜନସଂଖ୍ୟା ଦିବସରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଥିଲେ , ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଫଳପ୍ରଦ ଭାବେ ଆଗକୁ ବଢ଼ିବା ଉଚିତ୍‌ କିନ୍ତୁ ସମାନ ସମୟରେ ‘ଜନସଂଖ୍ୟା ଅସନ୍ତୁଳନ’ ନହେବା ଉଚିତ୍‌। ଆମେ ଯେତେବେଳେ ଫ୍ୟାମିଲି ପ୍ଲାନିଂ, ଜନସଂଖ୍ୟା ସ୍ଥିରୀକରଣ କଥା କହୁଛେ ସେ ସମୟରେ ଆମେ ଏହା ମଧ୍ୟ ଭଲଭାବେ ମନେ ରଖିବା ଉଚିତ୍‌ ଯେ ଜନସଂଖ୍ୟା ନିୟନ୍ତ୍ରଣ ସହ ସମାନ ସମୟରେ ଜନସଂଖ୍ୟା ଅସନ୍ତୁଳନ ହେବା ଉଚିତ୍‌ ନୁହେଁ। ଗୋଟିଏ ବର୍ଗରେ ଜନସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଦେଶରେ ଅରାଜକତା ବଢ଼ିବ। ଉତ୍ତରପ୍ରଦେଶରେ ଦେଶର ସବୁଠାରୁ ଅଧିକ ଲୋକ ଅଛନ୍ତି।

ଯୋଗୀ କହିଥିଲେ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ଗ୍ରାମ ମୁଖିଆ, ଶିକ୍ଷକ ଏବଂ ଅନ୍ୟମାନେ ସ୍ବାସ୍ଥ୍ୟ ବିଭାଗ ସହ ମିଶି କାମ କରିବା ଉଚିତ୍‌। ଏଭଳି ସ୍ଥିତିରେ ମିଳିତ ଦାୟିତ୍ବର ଆବଶ୍ୟକତା ରହିଛି। ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଏକ କଠୋର ଆଇନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର