ଗୌରୀ ଲଙ୍କେଶଙ୍କୁ କୁକୁର ସହ ତୁଳନା କରି ବିବାଦରେ ମୁଥାଲିକ୍‌

ବେଙ୍ଗାଲୁରୁ: ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ମାମଲାରେ କର୍ଣ୍ଣାଟକ ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ୍‌ ବିବାଦୀୟ ବୟାନ ଦେଇ ଏବେ ଅଡ଼ୁଆରେ ପଡ଼ି ଯାଇଛନ୍ତି। ଗୌରୀ ଲଙ୍କେଶ ହତ୍ୟାକାଣ୍ଡକୁ ସେ କୁକୁର ମୃତ୍ୟୁ ସହ ତୁଳନା କରିଥିବା ବେଳେ ଏହାକୁ ରାଜନୈତିକ ଦଳ ଗୁଡ଼ିକ ତୀବ୍ର ସମାଲୋଚନା କରିଛନ୍ତି। ବାମ ପନ୍ଥୀ ବିଜ୍ଞମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ସମ୍ପର୍କରେ କହିବାପାଇଁ କହୁଛନ୍ତି। ପ୍ରତି ଥର କୁକୁର ମଲେ କ’ଣ ପ୍ରଧାନମନ୍ତ୍ରୀ ମୋଦି ଉତ୍ତର ରଖିବେ ବୋଲି ସେ ପ୍ରଶ୍ନ କରିଛନ୍ତିି।

ସମ୍ବନ୍ଧିତ ଖବର