ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁଜାଫର୍ନଗରରେ ଜଣେ ବିଜେପି ନେତାଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସେ ବିଦ୍ୟୁତ୍ ବିଭାଗର ଦୁଇ କର୍ମଚାରୀଙ୍କୁ ଜନତାଙ୍କ ମଧ୍ୟରେ ଧମକ ଦେଉଥିବାର ଦେଖିବାକୁ ମିଳିଛନ୍ତି। ଧମକ ଦେଉଥିବା ଏହି ନେତା ଜଣକ ହେଉଛନ୍ତି ପୂର୍ବତନ ବିଜେପି ବିଧାୟକ ଉମେଶ ମଲିକ।
ଘଟଣାଟି ହେଉଛି ଜନପଦର ବୁଢ଼ାନା ଅଞ୍ଚଳର। ଏହି ଅଞ୍ଚଳରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ଭ୍ରଷ୍ଟାଚାରକୁ ନେଇ ବିଜେପିର ପୂର୍ବ ବିଧାୟକ ଉମେଶ ମଲିକ ବିଜେପି ନେତାମାନଙ୍କ ସହ ମଙ୍ଗଳବାର ଧାରଣା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଥିଲେ। ଏହି ଅବସରରେ ଉମେଶ ମଲ୍ଲିକ ବିଦ୍ୟୁତ୍ ବିଭାଗର ୨ ଭ୍ରଷ୍ଟାଚାରୀ କର୍ମଚାରୀଙ୍କୁ ଠିଆ ଠିଆ ନିଲମ୍ବିତ କରିଦେବା କଥା କହୁଥିବା ବେଳର ଏକ ଭିଡିଓ ଭାଇରାଲ୍ ହୋଇଛି।
ସୂଚନାରୁ ଜାଣିବାକୁ ମିଳିିଛି ଯେ ବିଜେପି ନେତାମାନଙ୍କ ଧାରଣା ଦେବା କଥା ଶୁଣିବା ମାତ୍ରେ ଏସ୍ଡିଏମ୍ ଅରୁଣ କୁମାର ଓ ବିଦ୍ୟୁତ ବିଭାଗର ଏସ୍ସି ସୁନୀଲ ଗୁପ୍ତା ଘଟଣାସ୍ଥଳରେ ପହଞ୍ଚି ଉମେଶ ମଲିକଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।
ମାତ୍ର କାର୍ଯ୍ୟକର୍ତ୍ତାଙ୍କ ସମ୍ମୁଖରେ ରାଗରେ ଆସି ପୂର୍ବତନ ବିଜେପି ବିଧାୟକ ଉମେଶ ମଲିକ ବିଦ୍ୟୁତ ବିଭାଗର ଦୁଇ କର୍ମଚାରୀ ଅଜୟ କୁମାର ଓ ପୱନ ଶର୍ମାଙ୍କୁ ନିଲମ୍ବିତ କରିବା ସହ ମାମଲା ରୁଜୁ କରି ଜେଲ୍ ପଠାଇବାର ଧମକ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି।
ସେ କହୁଥିବାର ଶୁଣିବାକୁ ମିଳିଛି ଯେ ‘ମୁଁ ଓକିଲ ଡାକିସାରିଛି। ଏଇଠାରେ ହିଁ ମାମଲା ରୁଜୁ ହବ। ଏଇଠାରେ ଏମାନେ ଗିରଫ ହେବେ ଓ ନିଲମ୍ବିତ ବି ହେବେ। ଏଥିପାଇଁ ମୋତେ ମୁଖ୍ୟମନ୍ତ୍ରୀ ସହ କଥା ହେବାକୁ ପଡ଼ିଲେ ବି ମୁଁ ହେବି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/jj_aa_1-sixteen_nine.jpg)