ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ଅଭିଯୋଗକୁ ଖଣ୍ଡନ କଲେ ମନ୍ତ୍ରୀ ମଞ୍ଜୁ ବର୍ମା, କହିଲେ, ‘ମୋ ସ୍ୱାମୀ କେବଳ ମାତ୍ର ଥରେ ମୋ ସହ ସେଠାକୁ ଯାଇଥିଲେ’…

ପାଟନା (ବିହାର): ବିହାର ମୁଜାଫରପୁର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି (ଗୁରୁବାର) ନିର୍ଦ୍ଦେଶ ଦେବା ପରେ ପରେ ବିହାରର ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ମଞ୍ଜୁ ବର୍ମା ଏକ ଦେଇ ଏହି ଘଟଣାରେ ତାଙ୍କ ସ୍ୱାମୀ ସଂପୃକ୍ତ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ଗଣମାଧ୍ୟମକୁ ଏକ ବିବୃତ ଦେଇ ସମାଜ କଲ୍ୟାଣ ବିଭାଗ ମନ୍ତ୍ରୀ ମଞ୍ଜୁ ବର୍ମା କହିଛନ୍ତି ଯେ ସଂପୃକ୍ତ ସେଲଟର ହୋମ୍‌କୁ ତାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମା ନିୟମିତ ଭାବେ ଗସ୍ତ କରୁଥିବା ଏବଂ ସେଠାର ମହିଳା ଅନ୍ତେବାସୀଙ୍କ କୋଠରୀରେ ଦୀର୍ଘ ସମୟ ବିତାଉଥିବା ନେଇ ଯେଉଁ ଅଭିଯୋଗ ଉଠିଛି, ତାହା ସଂପୂର୍ଣ୍ଣ ମିଥ୍ୟା ଏବଂ ଅମୂଳକ। ୨୦୧୬ରେ ସଂପୃକ୍ତ ସେଲଟର ହୋମ୍‌ରେ ଆୟୋଜିତ ଏକ ଉତ୍ସବରେ ସେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କ ସହ ତାଙ୍କ ସ୍ୱାମୀ ଚନ୍ଦନେଶ୍ୱର ଯାଇଥିଲେ। ଏହାପରେ ସେ କିମ୍ବା ତାଙ୍କ ସ୍ୱାମୀ କେହିହେଲେ ଆଉ ଦ୍ୱିତୀୟ ଥର ପାଇଁ ସେଲ୍‌ଟେର ହୋମ୍‌କୁ ଯାଇନାହାନ୍ତି ବୋଲି ନିଜ ସଫେଇରେ କହିଛନ୍ତି ମନ୍ତ୍ରୀ ଶ୍ରୀମତୀ ବର୍ମା।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଏହି ଲଜ୍ଜାଜନକ ଜଘନ୍ୟ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଫ ହୋଇଥିବା ସଂପୃକ୍ତ ସେଲଟର ହୋମ୍‌ର ଅଭିଯୁକ୍ତ ଅଧିକାରୀ ତଦନ୍ତ କାଳରେ ପୁଲିସ୍‌କୁ କହିଥିଲେ ଯେ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମା ନିୟମିତ ଭାବେ ସେଲଟର ହୋମ୍‌କୁ ଆସୁଥିଲେ ଏବଂ ମହିଳା ଅନ୍ତେବାସୀଙ୍କ କୋଠରୀରେ ଦୀର୍ଘ ସମୟ ବିତାଉଥିଲେ।

ସମ୍ବନ୍ଧିତ ଖବର