ପାଟନା (ବିହାର): ବହୁ ଚର୍ଚ୍ଚିତ ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାରେ ବିହାରର ପୂର୍ବତନ ସମାଜକଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଆଗୁଆ ଜାମିନ ଦେବାକୁ ଆଜି ବିହାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ମାମଲାର ତଦନ୍ତ ଏବେ ସିବିଆଇ କରୁଥିବା ବେଳେ ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ମଞ୍ଜୁ ବର୍ମାଙ୍କ ସ୍ୱାମୀ ଚନ୍ଦନେଶ୍ୱର ବର୍ମାଙ୍କୁ ଗିରଫ କରିବା ସହ ତାଙ୍କ ଘରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି। ଏହାପରେ ବିହାର ମନ୍ତ୍ରିମଣ୍ଡଳରେ ସମାଜକଲ୍ୟାଣ ମନ୍ତ୍ରୀ ଥିବା ମଞ୍ଜୁ ବର୍ମା ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଛନ୍ତି। ତେବେ, ବତ୍ର୍ମାନ ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲାର ତଦନ୍ତ କରୁଥିବା ସିବିଆଇ ଏବେ ଏହି ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଗିରଫ କରିବାର ସମ୍ଭାବନା ରହିଥିବା କାରଣରୁ ସେ ପାଟନା ହାଇକୋର୍ଟରେ ନିଜର ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ପାଟନା ହାଇକୋର୍ଟ ଗତ ସପ୍ତାହରେ ଏହି ମାମଲାର ଶୁଣାଣି ଶେଷ କରିବା ସହ ରାୟକୁ ସଂରକ୍ଷିତ କରି ରଖିଥଲେ। ତେବେ, ଆଜି ପାଟନା ହାଇକୋର୍ଟ ନିଜର ସଂରକ୍ଷିତ ରାୟକୁ ପ୍ରକାଶ କରିବା ସହ ଏହି ମାମଲାରେ ବିହାରର ପୂର୍ବତନ ସମାଜକଲ୍ୟାଣ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଆଗୁଆ ଜାମିନ ଦେବାକୁ ମନା କରି ଦେଇଛନ୍ତି।
ମୁଜାଫରପୁର ସେଲଟର ହୋମ୍ ଦୁଷ୍କର୍ମ ମାମଲା: ପୂର୍ବତନ ମନ୍ତ୍ରୀ ମଞ୍ଜୁ ବର୍ମାଙ୍କୁ ଆଗୁଆ ଜାମିନ ଦେବାକୁ ମନା କଲେ ବିହାର ହାଇକୋର୍ଟ
/sambad/media/post_attachments/wp-content/uploads/2018/10/Manju-Verma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)