ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ୧୧ ମୃତ, ୪ ଗୁରୁତର

ମୁଜାଫରପୁର: ବିହାରର ମୁଜାଫରପୁରରେ ଆଜି ଭୋର ସମୟରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି।
ମୁଜାଫରପୁର ଜିଲ୍ଲାର କାଣ୍ଟି ଥାନା ଅଞ୍ଚଳରେ ଏକ ସ୍କର୍ପିଓ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ଉପୁଜିଛି ।
ମିଳିଥିବା ସୂଚନା ଅନୁଯାୟୀ, ସ୍କର୍ପିଓ ୨୮ ନମ୍ବର ଜାତୀୟ ରାଜପଥରେ ଯାଉଥିଲା । ଏହା ନିୟନ୍ତ୍ରଣ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଖବର ପାଇବା ମାତ୍ରେ କାଣ୍ଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବାର ବ୍ୟବସ୍ଥା କରିଥିଲା। ଏହି ସମୟରେ ଘଟଣାସ୍ଥଳରେ ଶତାଧିକ ଲୋକ ଜମା ହେବା ଫଳରେ କିଛି ସମୟ ଧରି ସେହି ବାଟ ଦେଇ ଯାତାୟତ ପ୍ରଭାବିତ ହୋଇଥିଲା । ପୁଲିସର ସୂଚନା ଅନୁସାରେ ସରମସପୁର ହେଲଥ କେୟାର ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି ।

11 killed, 4 injured as SUV collides with tractor on NH-28
image source-india tv

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଯେଉଁ ସ୍କର୍ପିଓ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ସେଥିରେ ଉତ୍ତର ପ୍ରଦେଶ ପରିବହନ କାର୍ଯ୍ୟାଳୟର ପଞ୍ଜିକରଣ ନମ୍ବର ଅଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଆହତମାନଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲା । ଆହତମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର