ମୁମ୍ବାଇ: ଶନିବାର ମହାବିକାଶ ଆଘାଡିର ବୈଠକରେ ମୁମ୍ବାଇରେ ୩୬ଟି ଆସନ ବଣ୍ଟନ ନେଇ ଆଲୋଚନା ହୋଇଥିଲା। ମ୍ବାଇର ଏକ ହୋଟେଲରେ ପ୍ରାୟ ଦେଢ଼ ଘଣ୍ଟା ଧରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ବୈଠକରେ ମୁଖ୍ୟତଃ ମୁମ୍ବାଇରେ ୟୁବିଟି ଶିବସେନା ଶକ୍ତିଶାଳୀ ଥିବାରୁ ସେମାନେ ଅଧିକ ଆସନରେ ଲଢ଼ିବେ ବୋଲି ଆଲୋଚନା ହୋଇଥିଲା। ଏନସିପି ଏବଂ ୟୁବିଟି ଏଥିରେ ସହମତ ହୋଇଛନ୍ତି । ମୁମ୍ବାଇର ୩୬ଟି ବିଧାନସଭା ଆସନରୁ ଉଦ୍ଧବ ଶିବସେନା ପ୍ରାୟ ୨୦ରୁ ୨୨ଟି ଆସନରେ ଲଢ଼ିବାକୁ ଚାହୁଁଛି।  କଂଗ୍ରେସ ୧୫ରୁ ୧୮ଆସନରେ ଲଢ଼ିବାକୁ ଚାହୁଁଛି ଓ ଏନସିପି ୪ରୁ ୫ଟି ଆସନରେ ଲଢିବାକୁ ଚାହୁଁଛି ।
ବୈଠକରେ ବିଜେପି, ଏନସିପି, ଅଜିତ ଗୋଷ୍ଠୀ, ମହାୟୁତି ଜିତିଥିବା ଆସନ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଗତ ନିର୍ବାଚନରେ ଯେଉଁ ଦଳ ଏହି ଆସନରେ ବିଜୟୀ ହୋଇଥିଲା ସେହି ଦଳ ପାଖରେ ରହିବାକୁ ଶିବସେନା ଦାବି କରିଛି। ୨୦୧୯ରେ ଶିବସେନା ମିଳିତ ଭାବେ ୧୪ଟି ଆସନ ରେ ବିଜୟୀ ହୋଇଥିଲା। ଏବେ ମୁମ୍ବାଇରେ ଉଦ୍ଧବଙ୍କ ୮, ସିନ୍ଦେଙ୍କ ୬ ବିଧାୟକ ଅଛନ୍ତି। ଏହି ସମୟରେ କଂଗ୍ରେସ ୪ଟି, ଏନସିପି ଗୋଟିଏ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନରେ ବିଜୟୀ ହୋଇଥିଲା।