ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାବିକାଶ ଆଘାଡିରେ ଆସନ ବଣ୍ଟନ କରାଯାଇଛି। ତିନି ଦଳ ଶିବସେନା, ୟୁବିଟି, ଏନସିପିଏସପି ଏବଂ କଂଗ୍ରେସ ୮୫-୮୫ ଆସନରେ ଲଢ଼ିବାକୁ ରାଜି ହୋଇଛନ୍ତି। ତେବେ ଏବେ ବି ଏମିତି କିଛି ଆସନ ରହିଛି, ଯାହାକୁ ନେଇ ବିବାଦ ଲାଗି ରହିଛି। ଏପରିସ୍ଥିତିରେ ଏନସିପି (ଶରଦ ପାଓ୍ବାର) ନିଜର ୨୨ ଜଣିଆ ୨ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ପାରାଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା କରାଯାଇଛି । ଶିବସେନା ୟୁବିଟି ପାରାଣ୍ଡାରୁ ରାହୁଲ ପାଟିଲଙ୍କୁ ଛିଡ଼ା କରିଥିବାବେଳେ ଶରଦ ପାଓ୍ବାରଙ୍କ ଦଳ ରାହୁଲ ମୋଟେଙ୍କୁ ଛିଡ଼ା କରିଛି । ଅର୍ଥାତ୍ ଗୋଟିଏ ମେଣ୍ଟର ଦୁଇ ସହଯୋଗୀ ଦଳ ମୁହାଁମୁହିଁ ହୋଇଛନ୍ତି ।
ଏନସିପି (ଶରଦ ପାଓ୍ବାର) ନିଜର ୨୨ ଜଣିଆ ୨ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ପାରାଣ୍ଡା ଆସନ ପାଇଁ ବି ପ୍ରାର୍ଥୀ ଘୋଷଣା କରାଯାଇଛି । ଶିବସେନା ୟୁବିଟି ପାରାଣ୍ଡାରୁ ରାହୁଲ ପାଟିଲଙ୍କୁ ଛିଡ଼ା କରିଥିବାବେଳେ ଶରଦ ପାଓ୍ବାରଙ୍କ ଦଳ ରାହୁଲ ମୋଟେଙ୍କୁ ଛିଡ଼ା କରିଛି । ଅର୍ଥାତ୍ ଗୋଟିଏ ମେଣ୍ଟର ଦୁଇ ସହଯୋଗୀ ଦଳ ମୁହାଁମୁହିଁ ହୋଇଛନ୍ତି ।
ଏନସିପି(ଶରଦ ପାଓ୍ବାର) ଦଳ ପକ୍ଷରୁ ଜାରି ୨ୟ ତାଲିକାରେ ଗଙ୍ଗାପୁରରୁ ସତୀଶ ଚୌହ୍ବାଣ, ଶାହପୁରରୁ ପାଣ୍ଡୁରଙ୍ଗ ବରୋରା ଓ ବିଡରୁ ସଂଦୀପ କ୍ଷୀରସାଗର, ବାଗଲାନରୁ ଦୀପିକା ଚୌହ୍ବାଣ, ନାସିକ ପୂର୍ବରୁ ଗଣେଶ ଗୀତେଙ୍କୁ ଛିଡ଼ା କରାଯାଇଛି ।
ସେପଟେ ଉଦ୍ଧବ ଠାକରେଙ୍କ ଦଳ ପକ୍ଷରୁ ଏପର୍ଯ୍ୟନ୍ତ ୮୩ ଜଣ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଛି। ଦଳ ପୂର୍ବରୁ ଭର୍ସୋଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ବି ପରେ ନିଜ ତାଲିକାରେ ସଂଶୋଧନ କରି ତାହାକୁ ଏନସିପିକୁ ଛାଡ଼ିଦେଇଛି । ଏନସିପି ନେତା ହାରୁନ ଖାଁ ଏହି ଆସନରୁ ଲଢିବେ ।