ନୂଆଦିିଲ୍ଲୀ: ଦିଲ୍ଲୀରେ ଆଜି ଦଳିତ ନେତା ତଥା ଗୁଜରାଟ ବିଧାୟକ ଜିଗ୍ନେଶ ମେଓ୍ଵାନି ବ୍ୟାପକ ପୁଲିସ କଟକଣାକୁ ବେଖାତିର କରି ‘ଯୁବ ହୁଙ୍କାର ର୍ୟାଲି’ରେ ଉଦ୍୍ବୋଧନ ଦେଇଛନ୍ତି। ଜିଗ୍ନେଶଙ୍କ ଏହି ପଦକ୍ଷେପ ଦିଲ୍ଲୀ ରାଜନୀତିକୁ ସରଗରମ କରିଦେଇଥିବା ବେଳେ ଏଥିରେ ଜେଏନ୍ୟୁ ଛାତ୍ରନେତାମାନେ ସେମାନଙ୍କ ହଜାର ହଜାର ସମର୍ଥକଙ୍କ ସହ ସାମିଲ ହେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏହି ର୍ୟାଲି ପାଇଁ ପୁଲିସ ଅନୁମତି ଦେଇନଥିଲା ଏବଂ ଅପ୍ରୀତିକର ପରିସ୍ଥିତି ଟାଳିବାକୁ ୧୫ ହଜାର ପୁଲିସ କର୍ମଚାରୀ ମୁତୟନ କରାଯାଇଥିଲା। ତେବେ ଜିଗ୍ନେଶ ନିଜ ଜିଦ୍ରେ ଅଟଳ ରହି ଏହି ର୍ୟାଲିରେ ଯୋଗଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି।
ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନ୍ଠାରୁ ମାତ୍ର କିଛି ମିଟର ଦୂରରେ ଦିନ ଗୋଟାଏରେ ଆରମ୍ଭ ହୋଇଥିବା ଏହି ସମାବେଶରେ ଜେଏନ୍ୟୁ ଛାତ୍ରନେତା କହ୍ନେୟା କୁମାର, ସ୍ନେହଲା ରସିଦ୍ ଏବଂ ଉମର ଖାଲିଦ ପ୍ରମୁଖ ଯୋଗ ଦେଇଥିଲୋ ଏହା ସହିତ ଆସାମର ଚାଷୀନେତା ଅଖିଳ ଗୋଗୋଇ ଏବଂ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମଧ୍ୟ ସମାବେଶରେ ଉପସ୍ଥିତ ଥିଲୋ ଦଳିତ ଗୋଷ୍ଠୀ ଭୀମ ଆର୍ମିର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଆଜାଦଙ୍କ ମୁକ୍ତି ଦାବି ସହ ଶିକ୍ଷା ଅଧିକାର, ନିଯୁକ୍ତି ଏବଂ ଲିଙ୍ଗଗତ ନ୍ୟାୟ ଉପରେ ଗୁରୁତ୍ୱ ଦେଇ ଉକ୍ତ ସମାବେଶର ଆୟୋଜନ କରାଯାଇଥିଲା।
ର୍ୟାଲିରେ ଉଦ୍ବୋଧନ ଦେଇ ଜିଗ୍ନେଶ କହିଥିଲେ ଯେ ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ପ୍ରଧାନମନ୍ତ୍ରୀ ମୋଦି ବିପଦ ସୃଷ୍ଟି କରିଛନ୍ତି। ଆମେ ସମ୍ବିଧାନର ସୁରକ୍ଷା ଚାହୁ ଏବଂ ଦେଶର ରାଜନୀତି ଉପରେ ଆମର ବିଶ୍ୱାସ ରହିଛି। ଆମେ ସଦ୍ଭାବ ଏବଂ ପ୍ରେମରେ ବିଶ୍ୱାସ କରୁଛୁ, ଲଭ୍ ଜିହାଦରେ ନୁହେଁ ବୋଲି ସେ କହିଛନ୍ତି। ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ର୍ୟାଲି କରିବାର ଅଧିକାର ନଦେବା ଏବଂ ମହାରାଷ୍ଟ୍ରରେ ତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା କରିବା ପଛରେ ଉଦ୍ଦେଶ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ଗୁଜରାଟ ମଡେଲର ଉଦାହରଣ କହି ସେ ମୋଦିଙ୍କୁ ସମାଲୋଚଚନା କରିଥିଲେ। ଜିଗ୍ନେଶ କହିଥିଲେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହାନ୍ତି ଏବଂ ସମ୍ବିଧାନ ପ୍ରତି ତାଙ୍କର ଭରସା ଅଛି କି ନାହିଁ ତାହା ତାଙ୍କଠାରୁ ଜାଣିବାକୁ ଚାହାନ୍ତି। ପ୍ରଧାନମନ୍ତ୍ରୀ ସମ୍ବିଧାନ ଉପରେ ବିଶ୍ୱାସ କରୁଛନ୍ତି କି ମନୁ ସଂହିତା ଉପରେ ବିଶ୍ୱାସ ରଖିଛନ୍ତି ତାହା ଦେଶବାସୀ ଜାଣିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଭୀମା କୋରେଗାଓଁ ହିଂସାକାଣ୍ଡକୁ ଉସୁକାଇବା ଅଭିଯୋଗରେ ମହାରାଷ୍ଟ୍ର ସରକାର ଜିଗ୍ନେଶଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିବା ବେଳେ ଦିଲ୍ଲୀରେ ମଧ୍ୟ ହିଂସା ପାଇଁ ସେ ଷଡ଼ଯନ୍ତ୍ର କରୁଥିବା ଚର୍ଚ୍ଚା ଜୋର୍ ଧରିବା ପରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ତେବେ ର୍ୟାଲି ପାଇଁ ଅନୁମତି ନଥିବା ସତ୍ତ୍ୱେ ର୍ୟାଲି ଆୟୋଜନ କରି ସରକାରଙ୍କୁ ଜିଗ୍ନେଶ ବଡ଼ ଧରଣର ଚ୍ୟାଲେଂଜ କରିଛନ୍ତି।
‘ଗଣତନ୍ତ୍ର ପ୍ରତି ମୋଦି ବିପଦ’
ଦିଲ୍ଲୀରେ ଜିଗ୍ନେଶଙ୍କ ‘ଯୁବ ହୁଙ୍କାର ର୍ୟାଲି’
/sambad/media/post_attachments/wp-content/uploads/2018/01/jignesh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)