ଟେଲି କଳାକାରଙ୍କ ସମଲିଙ୍ଗୀ ବିବାହ; ମେକଅପ ଆର୍ଟିଷ୍ଟ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଗୁରୁଗ୍ରାମରେ ଏକ ସମଲିଙ୍ଗୀ ‌ଯୋଡ଼ି ଅଞ୍ଜୁ ଏବଂ କବିତା ନିକଟରେ ବିବାହ ଶେଷ ହୋଇଛି।  ଏହି ବିବାହ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। କିଛିଲୋକ ଅଞ୍ଜୁ ଓ କବିତାଙ୍କ ସମ୍ପର୍କକୁ ସମର୍ଥନ କରୁଥିବା ବ‌େଳେ ଆଉକିଛି ଜଣ ଦୁହିଁଙ୍କୁ ଟ୍ରୋଲ କରୁଛନ୍ତି।

ଏହି ବିବାହକୁ ନେଇ ହରିୟାଣାର ଫତେହାବାଦରେ ବସବାସ କରୁଥିବା  କବିତା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ମୋତେ ମୋର ନିଷ୍ପତ୍ତିକୁ ନେଇ ଗର୍ବ ଅନୁଭବ ହେଉଛି। ଏହି ବିବାହରେ ମୁଁ ଖୁବ ଖୁସି। ଅଞ୍ଜୁ କଥା କ’ଣ କହିବି । ତାଙ୍କର ଯେତେ ପ୍ରଶଂସା କଲେ ବି କମ ପଡ଼ିଯିବ। ସେ ମୋର ଖୁବ ଯତ୍ନ ନିଅନ୍ତି। ମୋର ଛୋଟଛୋଟ କଥାକୁ ସେ ଧ୍ୟାନ ଦେଇଥାଆନ୍ତି।

ଆମର ବିବାହକୁ ଦୁଇ ମାସ ବିତିଗଲାଣି, କିନ୍ତୁ ଭବିଷ୍ୟତରେ ଆମେ ଏକ ଅନାଥ ପିଲାକୁ ଗ୍ରହଣ କରିବାକୁ ନିଷ୍ପତି ନେଇଛୁ। ଆମେ ଭାଗ୍ୟବାନ ଯେ ଆମ ପରିବାର ଆମକୁ ବୁଝିଛନ୍ତି।  ମୋର ଜୀବନସାଥୀ ଅଞ୍ଜୁ ହେଉଛନ୍ତି ଟେଲିଭିଜନ ଧାରାବାହିକ ଜଣେ କଳାକାର ଏବଂ ମୁଁ ଜଣେ ମେକଅପ୍ ଆର୍ଟିଷ୍ଟ । ଏବେ ମୁଁ ଏହି କାମରୁ ବିରତି ନେଇଛି।

 

କାରଣ ବିବାହ ପରେ ମୋତେ ଅଞ୍ଜୁ କାମ କରିବାକୁ ମନା କରି ଦେଇଛନ୍ତି।  ଅଞ୍ଜୁ ମୋତେ କଥା ଦେଇଛନ୍ତି ସେ ରୋଜଗାର କରିବେ ଏବଂ ମୋର ଯାହା ଆବଶ୍ୟକ ତାହା ପୁରଣ କରିବେ।

 

ସମ୍ବନ୍ଧିତ ଖବର