ପିତାଙ୍କର କ୍ଷମତା ଭୋକ ନଥିଲା, ମୋର ବି ନାହିଁ

ନୂଆଦିଲ୍ଲୀ: କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ନହେବା ନେଇ ତାଙ୍କର କୌଣସି କ୍ଷୋଭ ନାହିଁ। ମୁଖ୍ୟମନ୍ତ୍ରୀ ହେବା ପାଇଁ ମୋ ପିତା (ସ୍ବର୍ଗତ ମାଧବରାଓ ସିନ୍ଧିଆ)ଙ୍କର କୌଣସି କ୍ଷମତା ଭୋକ ନଥିଲା କି ମୋର ମଧ୍ୟ ନାହିଁ ବୋଲି ସିନ୍ଧିଆ କହିଛନ୍ତି। ହାଇକମାଣ୍ଡଙ୍କ ନିଷ୍ପତ୍ତି ଅନୁସାରେ ମୁଁ ମୋର ଦାୟିତ୍ବ ସମ୍ପାଦନ କରିବି ଏବଂ ମୁଖ୍ୟମନ୍ତ୍ରୀ ହୋଇପାରିନଥିବାରୁ ସାମାନ୍ୟତମ କ୍ଷୋଭ ନାହିଁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପାଇଁ କେବଳ ଦକ୍ଷତା ହିଁ ଏକମାତ୍ର ମାନଦଣ୍ଡ। ଏଥିରେ ବୟସ କିମ୍ବା ଅଭିଜ୍ଞତାର ବିଶେଷ ଭୂମିକା ନାହିଁ ବୋଲି ସିନ୍ଧିଆ କହିଥିବାରୁ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସିନ୍ଧିଆ ଗ୍ରହଣ କରିଥିଲେ ମଧ୍ୟ ଏହା ତାଙ୍କ କ୍ଷୋଭର ପ୍ରତିଫଳନ ବୋଲି ଅନେକ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର