ନଥିଲା କମ୍ପ୍ୟୁଟର, ଆମେରିକା ଯିବା ପାଇଁ ଏକ ବର୍ଷର ଦରମା ଦେଇ ଟିକେଟ କିଣିଥିଲେ ଗୁଗଲ ସିଇଓଙ୍କ ବାପା; କିଛି ଏଭଳି ଥିଲା ସୁନ୍ଦର ପିଚାଇଙ୍କ ସଂଘର୍ଷମୟ କାହାଣୀ

ନୂଆଦିଲ୍ଲୀ : କରୋନାଭାଇରସ୍ ମହାମାରୀ ସମୟରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ନିଜ ବାର୍ତ୍ତା ମାଧ୍ୟମରେ ଯୁବପିଢ଼ିକୁ ଅନୁପ୍ରାଣିତ କରିବାକୁ ଚେଷ୍ଟା କରିଛନ୍ତି | ୟୁଟ୍ୟୁବର ‘ଡିଅର କ୍ଲାସ୍ ୨୦୨୦’ ଭର୍ଚୁଆଲ୍ ସମାରୋହରେ ଯୋଗ ଦେଇ ଶ୍ରୀ ପିଚାଇ ଛାତ୍ର-ଛାତ୍ରୀମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବା ବେଳେ ସକରାତ୍ମକ ରହିବାର ଗୁରୁତ୍ୱ ବିଷୟରେ ବୁଝାଇଛନ୍ତି  | ୪୭ବର୍ଷୀୟ ସୁନ୍ଦର ପିଚାଇ ଯେତେବେଳେ ଆମେରିକାର ଷ୍ଟାନଫୋର୍ଡ ୟୁନିଭରସିଟିରେ ଅଧ୍ୟୟନ କରିବା ପାଇଁ ଭାରତ ଛାଡିଥିଲେ ସେତେବେଳେ ସେ ସମ୍ମୁଖୀନ ହୋଇଥିବା ଅସୁବିଧା ବିଷୟରେ ବର୍ଣ୍ଣନା କରି ସମସ୍ତଙ୍କୁ ଅସୁବିଧା ସମୟରେ ମନରେ ସକରାତ୍ମକ ଭାବନା ରଖିବା ଦରକାର ବୋଲି କହିଛନ୍ତି |

7 more companies that Google CEO Sundar Pichai now heads | Gadgets Now
Gadgets Now

ତାଙ୍କ କହିବା ମୁତାବକ, ” ମୁଁ ଷ୍ଟାନଫୋର୍ଡ ୟୁନିଭରସିଟି ଯାଇ ପାଠ ପଢି ପାରେ, ସେ ନେଇ ମୋ ବାପା ଆମେରିକା ଲାଗି ବିମାନ ଟିକେଟ୍ କରିବା ପାଇଁ ନିଜ ଏକ ବର୍ଷର ଦରମା ଖର୍ଚ୍ଚ କରିଦେଇଥିଲେ। ତାହା ମୋର ପ୍ରଥମ ବିମାନ ଯାତ୍ରା ଥିଲା | ଖାଲି ଆମେରିକାକୁ ଟିକେଟ ଖର୍ଚ ନୁହେଁ, ସେଠି ରହିବା, ଖାଇବା ଓ ଘରକୁ ଫୋନ କରିବା ସବୁ ମହଙ୍ଗା ଥିଲା | ଆମେରିକାରେ ରହିବା ମୋ ପାଇଁ ସହଜ ନ ଥିଲା | ୧ମିନିଟର ଫୋନ କଲ ପାଇଁ ୨ଡଲାର ଖର୍ଚ ହେଉଥିଲା | ସବୁ ପରେ ବି ମୁଁ ନିଜକୁ ଭାଙ୍ଗିବାକୁ ଦେଇ ନଥିଲି | ସ୍ୱପ୍ନକୁ ପୂରଣ କରିବା ଆଶାରେ ମୁଁ ସଫଳତାର ଗୋଟେ ପରେ ଗୋଟେ ସିଡ଼ି ଚଢିବା ଆରମ୍ଭ କଲି |

ସେ ଆହୁରି ମଧ୍ୟ କହିଥିଲେ ଯେ, ଛୋଟବେଳେ ମୋତେ ଟେକ୍ନୋଲୋଜି ବିଷୟରେ କିଛି ବି ଜଣା ନଥିଲା | ମୋ ପାଖରେ ଫୋନ କିମ୍ବା କମ୍ପ୍ୟୁଟର ବ୍ୟବହାର କରିବାର ସୁବିଧା ମଧ୍ୟ ନଥିଲା। | ଆମେରିକା ଯିବା ପର୍ଯ୍ୟନ୍ତ ମଧ୍ୟ ମୋ ପାଖରେ କମ୍ପ୍ୟୁଟର ନ ଥିଲା | ସବୁ ପରେ ମଧ୍ୟ ମୁଁ ମୋ ମନରେ ନକରାତ୍ମକ ଭାବନା କେବେ ବି ଆଣି ନଥିଲି | ସ୍ୱପ୍ନକୁ ପୁରାଣ କରିବା ଆଶାରେ ମୁଁ ସବୁ ସମସ୍ୟାର ସାମ୍ନା କରିଥିଲି |

ସମ୍ବନ୍ଧିତ ଖବର