ନୂଆଦିଲ୍ଲୀ : ଅଭିନେତା ସତୀଶ କୌଶିକଙ୍କ ମୃତ୍ୟୁରେ ସ୍ବାମୀଙ୍କ ଭୂମିକା ଥିବା ଦାବି କରି ଅଭିଯୋଗ ଉଠାଇଛନ୍ତି ଫାର୍ମହାଉସ ମାଲିକ ବିକାଶ ମାଲୁଙ୍କ ଦ୍ୱିତୀୟ ପତ୍ନୀ। ସେ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ବିକାଶଙ୍କ ଦ୍ବିତୀୟ ପତ୍ନୀ ଅଭିଯୋଗ କରିଛନ୍ତି ଯେ ସତୀଶ କୌଶିକ ଏବଂ ବିକାଶ ମାଲୁଙ୍କର ବ୍ୟାବସାୟିକ ସଂପର୍କ ଥିଲା ଏବଂ ଉଭୟଙ୍କ ମଧ୍ୟରେ ଟଙ୍କା ପାଇଁ ବିବାଦ ଥିଲା। ୨୦୨୨ ଅଗଷ୍ଟରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସତୀଶଜୀ ବିକାଶଙ୍କୁ ଦେଇଥିବା ୧୫ କୋଟି ଟଙ୍କା ମାଗିଥିଲେ। କିନ୍ତୁ ବିକାଶ ଭାରତ ଫେରିଲେ ଟଙ୍କା ଦେବେ ବୋଲି କହିଥିଲେ। ଏହି ଟଙ୍କା ସମ୍ପର୍କରେ ପଚାରିବାରୁ ସେ ସତୀଶଙ୍କଠାରୁ ଋଣ ନେଇଥିଲେ। ତେବେ ସତୀଶଙ୍କ ଟଙ୍କା ଫେରସ୍ତ ମନୋଭାବ ନଥିଲା। ସେ କହିଥିଲେ ସତୀଶଙ୍କୁ ହଟାଇବା ପାଇଁ ବ୍ଲୁ ପିଲ୍‌ ଏବଂ ଋଷୀୟ ଝିଅମାନଙ୍କୁ ବ୍ୟବହାର କରିବେ। ବିକାଶଙ୍କର ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମଙ୍କ ସହିତ ସଂପର୍କ ଅଛି। ଦାଉଦର ଲୋକମାନେ ନିୟମିତ ତାଙ୍କ ପାଖକୁ ଆସନ୍ତି। ଏହି ଦୃଷ୍ଟିରୁ ସତୀଶଜୀଙ୍କର ମୃତ୍ୟୁ ପାଇଁ ମୋ ସ୍ବାମୀଙ୍କ ଭୂମିକା ରହିଛି ବୋଲି ଅଭିଯୋଗ କରିଛି।

ସେ ପୁଲିସକୁ ଆହୁରି କହିଛନ୍ତି ପ୍ରଥମେ ବିକାଶ ମୋତେ ଦୁଷ୍କର୍ମ କରିଥିଲେ ଏବଂ ପରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ପୁଅ ମୋତେ ଦୁଷ୍କର୍ମ କରିବା ଆରମ୍ଭ କରିଥିଲା। ଏହା ମୋ ପାଇଁ ସମ୍ପୂର୍ଣ୍ଣ ଅସହ୍ୟ ଥିବାରୁ ମୁଁ ୨୦୨୨ ଅକ୍ଟୋବରରେ ତାଙ୍କ ଘର ଛାଡ଼ି ଚାଲି ଆସିଥିଲି । ପୁଲିସ କହିଛି ଫାର୍ମହାଉସର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ଅନ୍ୟପକ୍ଷରେ କୌଶିକଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ହୃଦ୍‌ଘାତ କାରଣରୁ ସ୍ବାଭାବିକ ମୃତ୍ୟୁ ହୋଇଛି ବୋଲି ଉଲ୍ଲେଖ ରହିଛି।