ନୂଆଦିଲ୍ଳୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଓ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ତିହାର ଜେଲ୍ରେ ବନ୍ଦୀ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଫିଲ୍ଜ ଷ୍ଟାଇଲ୍ରେ ଦିଲ୍ଳୀବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇଛନ୍ତି। କେଜ୍ରିୱାଲ୍ଙ୍କୁ ଆପ୍ର ସାଂସଦ ସଂଜୟ ସିଂହ ସାକ୍ଷାତ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କେଜ୍ରିୱାଲ୍ଙ୍କ ବାର୍ତ୍ତା ହେଉଛି, ‘ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଆତଙ୍କବାଦୀ ନୁହନ୍ତି’। କେଜ୍ରିୱାଲ୍ଙ୍କ ଏହି ବାର୍ତ୍ତାକୁ ନେଇ ସାମାଜିକ ଗଣମାଧ୍ୟମରେ ଅନେକ ରୋଚକ ଟିକା-ଟିପ୍ପଣୀ ପ୍ରକାଶ ପାଇଛି।
ଆପ୍ ସାଂସଦ ସିଂହ ଗଣମାଧ୍ୟମକୁ କହିଛନ୍ତି ଯେ କେଜ୍ରିୱାଲ୍ଙ୍କୁ ଜଣେ ଆତଙ୍କବାଦୀ ଭଳି ଜେଲ୍ରେ ରଖାଯାଇଛି। ଜଣେ କୁଖ୍ୟାତ ଅପରାଧୀକୁ ବି ନିଜ ପତ୍ନୀ ଏବଂ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି, କିନ୍ତୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଜେଲ୍ରେ କେଜ୍ରିୱାଲ୍ଙ୍କୁ ଭେଟିବା ବେଳେ କାଚପରଦା ଦିଆଯାଇଥିଲା। ଏଭଳି ବ୍ୟବହାରରେ କେଜ୍ରିୱାଲ୍ ବ୍ୟଥିତ ହୋଇ ଏଭଳି ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ନାମ ଅରବିନ୍ଦ କେଜ୍ରିୱାଲ୍ ଓ ସେ ଜଣେ ଆତଙ୍କବାଦୀ ନୁହନ୍ତି। ସୂଚନାଯୋଗ୍ୟ, ୨୦୧୦ରେ ଶାହରୁଖ ଖାନ୍ଙ୍କ ଅଭିନିତ ‘ମାଇଁ ନେମ୍ ଇଜ୍ ଖାନ୍’ ଚଳଚ୍ଚିତ୍ରରେ ଶାହରୁଖଙ୍କ ଡାଏଲଗ୍ ଥିଲା ‘ମାଇଁ ନେମ୍ ଇଜ୍ ଖାନ୍ ଆଣ୍ଡ୍ ଆଇଏମ୍ ନଟ୍ ଏ ଟେରରିଷ୍ଟ’ (ମୋ ନାମ ଖାନ୍ ଓ ମୁଁ ଜଣେ ଆତଙ୍କବାଦୀ ନୁହେଁ)।
‘ମୋର ନାମ ଅରବିନ୍ଦ କେଜ୍ରିୱାଲ୍, ମୁଁ ଆତଙ୍କବାଦୀ ନୁହେଁ’
/sambad/media/post_attachments/wp-content/uploads/2022/10/kejriwal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)