‘ମୁଁ ରାହୁଲ ଗାନ୍ଧୀ, ରାହୁଲ ସାଭର୍‌କର ନୁହେଁ ଯେ କ୍ଷମା ମାଗିବି’

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’କୁ ‘ରେପ୍‌ ଇନ୍‌ ଇଣ୍ଡିଆ’ କହିବା ପ୍ରସଂଗରେ କଂ‌ଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ବିଭିନ୍ନ ଆଡୁ ଚାପ ପଡୁଥିବା ବେଳେ କ୍ଷମା ମାଗିବାକୁ ସ୍ପଷ୍ଟ ମନା କରି ଦେଇଛନ୍ତି ରାହୁଲ। ସେ କହିଛନ୍ତି କି, ‘ମୁଁ ରାହୁଲ ଗାନ୍ଧୀ। ରାହୁଲ ସାଭରକର ନୁହେଁ ଯେ କ୍ଷମା ମାଗିବି।’

ସେ ଆହୁରି ବି କହିଛନ୍ତି ଯେ ‘କେଉଁ ସତ କହି ନା ମୁ କେବେ କ୍ଷମା ମାଗିଛି ନା କେବେ ମାଗିବି? କେବଳ ମୁଁ ନୁହେଁ, କୌଣସି କଂଗ୍ରେସ ଲୋକ ଏପରି କରିବେ ନାହିଁ।’

Free Press Journal

ଜାତୀୟ ରାଜଧାନୀ ଦିଲ୍ଳୀର ରାମଲୀଲା ପଡ଼ିଆରେ ‘ଭାରତ ବଚାଓ’ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ ଏପରି କହିଛନ୍ତି। ଖାଲି ସେତିକି ନୁହେଁ, ଭାରତର ଅର୍ଥନୀତିକୁ ବିଗାଡ଼ି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସହଯୋଗୀ ଅମିତ ଶାହା କ୍ଷମା ମାଗନ୍ତୁ ବୋଲି ସେ କହିଛନ୍ତି। ନିଜକୁ ଦେଶପ୍ରେମୀ କହି ଦେଶର ଅର୍ଥନୀତିକୁ ବିଗାଡୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଜଣେ ଶତ୍ରୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର