ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ଆୟୋଜନ ଜାରି ରହିଛି । ଶ୍ରୀକ୍ଷେତ୍ର ବ୍ୟତୀତ ଓଡ଼ିଶାର ଅନ୍ୟସ୍ଥାନଗୁଡ଼ିକରେ ରଥଯାତ୍ରାକୁ ଚଳିତ ବର୍ଷ ବାରଣ କରାଯାଇଛି । ପୂର୍ବରୁ ରଥଯାତ୍ରା ନେଇ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଥିଲେ । ସରକାରଙ୍କ ଗାଇଡଲାଇନକୁ ଦୃଷ୍ଟିରେ ରଖି ପୁରୀ ବ୍ୟତୀତ ଅନ୍ୟ ଜଗନ୍ନାଥ ମନ୍ଦିର ଭିତରେ କେବଳ ନୀତିକାନ୍ତିର ଆୟୋଜନ କରାଯାଉଛି ।
My warm greetings to all countrymen, especially all the devotees in Odisha, on the auspicious occasion of Rath Yatra of Lord Jagannath. I wish, with the blessings of Lord Jagannath, lives of all countrymen remain full of happiness, prosperity & health: President Ram Nath Kovind pic.twitter.com/qS9X9x6wQq
— ANI (@ANI) July 12, 2021
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି । ଆଶା କରୁଛି ଯେ, ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତ ଦେଶବାସୀଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ରହିବ ।