ଗୌହାଟି: କୋଭିଡ୍-୧୯ ମହାମାରୀ ସମୟରେ ‘ପିପିଇ କିଟ୍’ ବ୍ୟାପାରରେ ମୋ ସ୍ତ୍ରୀ ଅପରାଧ କରିନାହିଁ ବୋଲି ଆଜି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପତ୍ନୀ ରିନିକ୍ ଭୂୟାଁଙ୍କ କମ୍ପାନି ସମ୍ପୃକ୍ତ ଥିବା ଦୁର୍ନୀତି ସଂକ୍ରାନ୍ତରେ ‘ବିଜେପି’ କାହିଁକି ମୌନ ରହିଛି ବୋଲି ସିସୋଦିଆ ପଚାରିଥିଲେ।
ଏହାର ଉତ୍ତର ଦେବାକୁ ଯାଇ ହିମନ୍ତ ବିଶ୍ବଶର୍ମା ଟୁଇଟ୍ କରି ଲେଖିଛନ୍ତି: କୋଭିଡ୍ ଯୋଦ୍ଧାଙ୍କ ପାଇଁ ଯୋଗାଣ ହୋଇଥିବା ପ୍ରାୟ ୧୫୦୦ କିଟ୍କୁ ‘ସିଏସ୍ଆର୍’ ଦାନ ଭାବେ ବିବେଚନା କରାଯିବା ଉଚିତ ଏବଂ ଏଥିପାଇଁ ଆସାମ ସରକାରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଉକ୍ତ କମ୍ପାନି ଆସାମର ‘ଏନ୍ଏଚ୍ଏମ୍’କୁ ଲେଖି ଜଣାଇଛି। ଆସାମ ସରକାର ମଧ୍ୟ ତାହାକୁ ବିଧିବଦ୍ଧ ଭାବେ ସ୍ବୀକାର କରିଛନ୍ତି।
Image Courtesy of Firstpostହିମନ୍ତ ବିଶ୍ବଶର୍ମା ଆହୁରି ମଧ୍ୟ ଲେଖିଛନ୍ତି: ମନୀଷ ଭାଇ ଏହା ଦୁର୍ନୀତି ନୁହେଁ, ମାନବିକତା। ମୋ ସ୍ତ୍ରୀ ଅପରାଧ କରିନାହିଁ, ଘୋର ସଙ୍କଟ କାଳରେ ସେ ଆସାମକୁ ସାହାଯ୍ୟ କରିବା ପାଇଁ ଉଦ୍ୟମ କରିଥିଲେ। ସର୍ବସାଧାରଣରେ କାହାର କୁତ୍ସାରଟନା ଅସହଣୀୟ। ଆପଣ ଆଇନଗତ ପରିଣାମ ଭୋଗିବେ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ହିମନ୍ତ ବିଶ୍ବଶର୍ମା କହିଥିଲେ, ଆମେ ଦେଶର ସବା ଉତ୍ତର ପ୍ରାନ୍ତରେ ରହିଛୁ। ସେ ସମୟରେ ଆମେ ପ୍ରତଟି ‘ପିପିଇ କିଟ୍’ ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିଥିଲା। ରାସ୍ତା ବନ୍ଦ ଥିଲା। ରେଳ ଓ ବିମାନ ସେବା ବନ୍ଦ କରାଯାଇଥିଲା। ସେ ସମୟରେ ଯେ କେହି ‘ପିପିଇ କିଟ୍’ ଦେଲେ, ଆମେ ସେମାନଙ୍କ ପ୍ରତି ଚିର କୃତଜ୍ଞ।
ସେ ଆହୁରି ମଧ୍ୟ ଲେଖିଥିଲେ: ସେ ସମୟରେ ମୋ ପରିବାର ଆସାମ ସରକାରଙ୍କୁ ‘ପିପିଇ କିଟ୍’ ଦାନ କରିଥିଲା। ସରକାରଙ୍କ ସହ କୌଣସି ବ୍ୟବସାୟ ହୋଇ ନାହିଁ। ମୋ ପରିବାରର ସମ୍ପୃକ୍ତି ଥିବା କମ୍ପାନି ଅଥବା ବ୍ୟକ୍ତି ବିଶେଷଙ୍କୁ ପଇସାଟିଏ ବି ଦିଆଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/hm.jpg)