ନୂଆଦିଲ୍ଲୀ: ଭାରତର ଅଧିନାୟକ ରୋହିତ ଶର୍ମା ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି। ଏହି ପୋଷ୍ଟ ଲେଖି ରୋହିତ ଶର୍ମା କହିଛନ୍ତି, ‘ ମୋର ନିଜ ଭାବନାକୁ ପ୍ରକାଶ କରିବା ପାଇଁ ସଠିକ୍ ଶବ୍ଦ ଖୋଜିବାକୁ ଚେଷ୍ଟା କରୁଛି।’

Advertisment

ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଟି -୨୦ ବିଶ୍ୱକପ ୨୦୨୪ର ଅନ୍ତିମ ମ୍ୟାଚରେ ଶେଷ ହୋଇଗଲା। ଏହାକୁ ନେଇ  ରୋହିତ ଶର୍ମା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ କହିଛନ୍ତି,‘ ପିଲାଦିନେ ଅନ୍ୟ ନାଗରିକଙ୍କ ପରି ମୁଁ ଦ୍ରାବିଡଙ୍କୁ ଦେଖୁଥିଲେ। ମୁଁ ଏହି ଭାବନାକୁ ସଠିକ୍ ଭାବରେ ପ୍ରକାଶ କରିବା ପାଇଁ ଶବ୍ଦ ଖୋଜିବାକୁ ଚେଷ୍ଟା କରୁଛି କିନ୍ତୁ ମୁଁ ନିଶ୍ଚିତ ନୁହେଁ ଯେ ମୁଁ ଏହା କେବେ କରି ପାରିବି। ତେଣୁ ଏହା ମୋର ପ୍ରୟାସ ବୋଲି ଧରି ନିଅନ୍ତୁ।

ମୁଁ ବହୁତ ଭାଗ୍ୟଶାଳୀ କି ଆପଣ ସହିତ ଅତି ନିକଟରୁ କାମ କରିବାର ସୁଯୋଗ ପାଇଛି। ଆପଣଙ୍କ ଠାରୁ ଅନେକ କିଛି ଶିକ୍ଷା କରିଛି। ଯାହାକି ମୋର ଶେଷ ନିଶ୍ବାସ ପର୍ଯ୍ୟନ୍ତ ମନେ ରହିଥିବ।

ଆପଣ ଖେଳର କିମ୍ବଦନ୍ତୀ, କିନ୍ତୁ ଆପଣ ଆପଣଙ୍କ ପଦବୀକୁ ପଛରେ ପକାଇ ଆମ ସହିତ ସମାନ ହୋଇ ରହିଲେ। ଯାହାଫଳରେ କୌଣସି ବି ଅସୁବିଧା ହେଲେ ଆମେ ବିନା ବାଧାରେ ଆପଣଙ୍କ ସହିତ ଆଲୋଚନା କରି ତାହାର ସମାଧାନର ବାଟ ପାଇ ପାରିଥିଲୁ।

ମୋର ପତ୍ନୀ ସର୍ବଦା ଆପଣଙ୍କୁ ମୋର କର୍ମସ୍ଥଳୀର ପତ୍ନୀ ବୋଲି କହିଥାଆନ୍ତି। ଆଜି ମୁଁ ବି ମୋ ପତ୍ନୀଙ୍କ କଥାକୁ ସମର୍ଥନ କରି ଆପଣଙ୍କୁ ମୋର କର୍ମସ୍ଥଳୀର ପତ୍ନୀ ବୋଲି କହିବି।’