ମିଆଁମାର: ଭୟଙ୍କର ଭୂକମ୍ପରେ ଭୁଶୁଡିଲା ବିରାଟକାୟ ବ୍ରିଜ୍ । ନଦୀରେ ଭାଙ୍ଗିପଡିଲା ବ୍ରିଜ । ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବ୍ରିଜକୁ ଭାଙ୍ଗିମୋଡି ପାଣି ପାଟିରେ ଭରିଦେଲା । ଆଉ ହଠାତ୍ ଏକ ବିରାଟ ବ୍ରିଜ୍ ଭୁଶୁଡି ପଡିବା ପରେ ନଦୀର ପାଣି ଦିଭାଗ ହୋଇଗଲା...
Part of the iconic Ava Bridge over the Irrawaddy River in #Mandalay, #Myanmar, has collapsed following the #earthquake. #MyanmarEarthquakepic.twitter.com/mPoVDeFZH3
— Shanghai Daily (@shanghaidaily) March 28, 2025
ତେବେ ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଛି । ସେପଟେ ୭.୭ ତୀବ୍ରତାର ଭୂକମ୍ପରେ ମିଆଁମାର ଅନେକ ଧନ ଜୀବନ ନଷ୍ଟ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିବା ବେଳେ ଏହି ବଡ଼ ଭୂମିକମ୍ପ ଯୋଗୁଁ ଅନେକ କୋଠା ଘର ଭୁଶୁଡ଼ି ପଡ଼ିଛି ।
#BREAKING A 7.9-magnitude earthquake struck Myanmar, according to the China Earthquake Networks Center.
— 鳳凰資訊 PhoenixTV News (@PhoenixTV_News) March 28, 2025
Neighboring regions, including Thailand and China's Yunnan Province, felt significant tremors. #Myanmar#earthquakepic.twitter.com/qgRHQ7ltjl
ସେପଟେ ମିଆଁମାରରେ ଲଗାତାର ଦୁଇଟି ଭୂମିକମ୍ପ ଯୋଗୁଁ ଏଯାଏଁ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହା ସହ ୨୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଥାଇଲ୍ୟାଣ୍ଡରେ ମଧ୍ୟ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୧ ଜଣ ନିଖୋଜ ଅଛନ୍ତି ଏବଂ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।