ନେପିଦା: ମ୍ୟାମାରରେ ଭୟଙ୍କର ଭୂକମ୍ପ ପରେ ଛାତିଥରା ଛବି ସାମ୍ନାକୁ ଆସିଥିଲା। ମ୍ୟାମାର ଭୂକମ୍ପର ସାଟେଲାଇଟ୍ ଫଟୋରେ ପ୍ରକୃତିର କରାଳ ରୂପକୁ  କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଥିଲା। ଏହି ଫଟୋରେ ଗୋଟେ ସ୍ଥାନରେ ମ୍ୟାମାର ସ୍ବର୍ଗ ପରି ଦେଖାଯାଉଥିବା ବେ‌ଳେ ଅନ୍ୟଟିରେ ଅର୍ଥାତ ଭୂକମ୍ପ ପରେ ନର୍କ ଭଳି ଦିଶୁଛି । 
ମାର୍ଚ୍ଚ ୨୮ରେ ମ୍ୟାମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଏକ ଅସାଧାରଣ ଘଟଣାର ପୃଷ୍ଟି କରିଛନ୍ତି।  

Advertisment

ଶକ୍ତିଶାଳୀ  ଭୂମିକମ୍ପ  ପରେ ସାଗାଇଙ୍ଗ ଫଲ୍ଟ ନିକଟରେ ଭୂମି ପ୍ରାୟ ୨୦ ଫୁଟ ଗଭୀରକୁ ପଶିଯାଇଛି। ଏହା ଭାରତୀୟ ଏବଂ ୟୁରେସିଆନ୍ ପ୍ଲେଣ୍ଟୋ ମଧ୍ୟରେ ଏକ ପ୍ରମୁଖ ଫଲ୍ଟ ଜୋନ୍।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୟୁରୋପୀୟ ସ୍ପେସ୍ ଏଜେନ୍ସିର ସେଣ୍ଟିନେଲ୍-୧ଏ ଏବଂ ସେଣ୍ଟିନେଲ୍ ୨ବି/ସି ସାଟେଲାଇଟ୍, ନାସାର ଜେଟ୍ ପ୍ରପଲ୍ସନ୍ ଲାବୋରେଟରି ଏବଂ କ୍ଲୋଟେକ୍ ସିସମୋଲୋଜିକାଲ୍ ଲାବୋରେଟରି ସମ୍ପ୍ରତି ଆବିଷ୍କାର କରି ଜାଣିବାକୁ ପାଇଛନ୍ତି ସେ ଏହା ସବୁଠାରୁ ବଡ଼ ଷ୍ଟ୍ରାଇକ୍-ସ୍ଲିପ୍ ଅଟେ।

ଆଡଭାନ୍ସଡ୍ ରାପିଡ୍ ଇମେଜିଂ ଏବଂ ଆନାଲିସିସ୍ ଦଳ ମ୍ୟାମାର ପୂର୍ବ ଏବଂ ପରବର୍ତ୍ତୀ ଚିତ୍ରଗୁଡ଼ିକୁ ତୁଳନା କରିଥିଲେ। ଏହି ତୁଳନାରୁ ଜଣାପଡ଼ିଥିଲା କି ମ୍ୟାମାର କିଛି ସ୍ଥାନରେ ମାଟି ପ୍ରାୟ ୯ ଫୁଟ ତଳକୁ ଖସି ଯାଇଥିବା ବେଳେ ଅନେକ ସ୍ଥାନରେ ଏହା ୨୦ଫୁଟ ଗଭୀର ପର୍ଯ୍ୟନ୍ତ ପଶି ଯାଇଛି।