ନେପିଦା: ମ୍ୟାମାରକୁ ଖୋଲା ହୃଦୟରେ ସାହାଯ୍ୟ କରୁଛି ଭାରତ । ବିପଦ ବେଳେ ବନ୍ଧୁ ସାଜିଛି ଭାରତ । ଆଉ ଅପରେସନ ବ୍ରହ୍ମା ଜରିଆରେ ମ୍ୟାମାରର ପୁନଃରୁଦ୍ଧାରରେ ଲାଗି ପଡିଛନ୍ତି ଭାରତୀୟ ଯବାନ ମାନେ । ମୃତ୍ୟୁସ୍ଥଳୀରୁ ଜୀବନ ଉଦ୍ଧାର କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି ଏନଡିଆରଏଫ ଟିମ୍ । ଭୁଶୁଡି ପଡିଛିବା ମନ୍ଦିର, ମସଜିଦ, ଅଟ୍ଟାଳିକା ତଳୁ ଜୀବିତ ହେଉ କି ମୃତ- ଉଦ୍ଧାର କାମରେ ଲାଗିଛନ୍ତି ସମସ୍ତେ ।

Advertisment

ଖାଲି ଉଦ୍ଧାର କାମ ନୁହେଁ ବରଂ ମେଡିକାଲ ଟିମ୍ ମ୍ୟାମାର ଜନତାଙ୍କ ସ୍ବାସ୍ଥ୍ୟସେବାରେ ଲାଗିଛି । ଆହତଙ୍କ ଚିକିତ୍ସା ସହ ସେମାନଙ୍କୁ ରିଲିଫ ମଧ୍ୟ ଦେଉଛନ୍ତି । ତେବେ ୮୦ ଜଣିଆ ଟିମ୍ ମ୍ୟାମାରରେ ଦେବଦୂତ ସାଜିଛନ୍ତି । 

ନିଜ ଜୀବନକୁ ବାଜିରେ ଲଗାଇ ଭୂକମ୍ପର ମୁକାବିଲା ପାଇଁ ଚାଲେଞ୍ଜ ଗ୍ରହଣ କରିଛନ୍ତି ଏନଡିଆରଏଫ ଟିମ୍ । ମ୍ୟାମାରର ବିଭିନ୍ନ ସ୍ଥାନରେ ଉଦ୍ଧାର କାମରେ ଲାଗିଥିବା ଯବାନମାନେ ଦେବଦୂତ ସାଜିଛନ୍ତି ଆଉ ମୃତ୍ୟୁର ଆଁ ଭିତରୁ ଖୋଜୁଛନ୍ତି ଜୀବନ । ଭଗ୍ନାବଶେଷ ତଳୁ ଜୋରଦାର ଚାଲିଛି ଉଦ୍ଧାର କାମ । ଭୟଙ୍କର ଭୂକମ୍ପ ପରେ ଭୁଶୁଡି ପଡିଥିବା ବଡ ବଡ ବିଲ୍ଡିଂ ତଳୁ ଫଶିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି ଭାରତୀୟ ଏନଡିଆରଏଫ ଟିମ୍ । ଶୁଣନ୍ତୁ ଉଦ୍ଧାର ଉଦ୍ୟମ ନେଇ କଣ କହୁଛନ୍ତି ଟିମ୍ ଲିଡର...