ନୂଆଦିଲ୍ଳୀ:  କେନ୍ଦ୍ରୀୟ ମିଆଁମାରରେ ଶୁକ୍ରବାର ଦୁଇଥର ବଡ଼ ଧରଣର ଭୂକମ୍ପ ହୋଇଯାଇଛି। ମିଆଁମାରର ମାଣ୍ଡାଲେରେ ଥିବା ଆଭା ସେତୁ, ଇରାୱାଡି ନଦୀରେ ଭୁଶୁଡ଼ି ପଡ଼ିଥିବା ବେଳେ ଦେଖୁଦେଖୁ କୋଠା ଘର ସବୁ ମାଟିରେ ମିଶି ଯାଇଛି। ଭୟାବହ ଭୂକମ୍ପ ସମୟ ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

Advertisment

ଏହି ଭିଡିଓଗୁଡ଼ିକରେ ଦେଖିବାକୁ ମିଳୁଛି ବିଶାଳ କୋଠାଗୁଡ଼ିକ ଆଖି ପିଛୁଳାକେ ମାଟିରେ ମିଶି ଯାଉଛି। ଯେଉଁଥିରେ ଶ୍ରମିକ ଓ ସ୍ଥାନୀୟଲୋକ ନିଜର ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଉଛନ୍ତି। ଏକ ବିଶାଳ କୋଠରେ ଥିବା ସୁଇମିଂ ପୁଲର ପାଣି ଝରଣା ଭଳି ରାସ୍ତାରେ ବୋହି ଯାଉଛି। 

ଏଥିରେ ଏକ ନିର୍ମାଣଧୀନ କୋଠା ଭୁଶୁଡ଼ି ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ନିର୍ମାଣଧୀନ ‌କୋଠା ତଳେ ୬୭ଜଣ ଫସି ରହିଥିବା ଅନୁମାନ କରାଯାଉଛି। ଏସମସ୍ତ ଶ୍ରମିକ ଭୂକମ୍ପ ସମୟରେ ଉକ୍ତ ନିର୍ମାଣଧୀନ କୋଠାରେ କାମ କରୁଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସାଗାଇଙ୍ଗ ନିକଟରେ ଥିଲା  ବୋଲି କୁହାଯାଉଛି।

ପ୍ରଥମ ଭୂମିକମ୍ପର ତୀବ୍ରତା ୭.୭ ଥିବା ବେଳେ ଦ୍ବିତୀୟର ତୀବ୍ରତା ୬.୮ ଥିଲା। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା