ନେପିଦା: ଭୂକମ୍ପ ପରେ ସହାୟତା କରିଥିବାରୁ ଭାରତକୁ ଭୁରି ଭୁରି ପ୍ରଶଂସା କଲା ମ୍ୟାମାର । ବିପଦ ବେଳେ , ସଙ୍କଟ ସମୟରେ ସାହସ ଦେଇ ବନ୍ଧୁ ପରି ଛିଡା ହୋଇଥିବାରୁ ଆଉ ଖୋଲା ହୃଦୟରେ ସହଯୋଗ କରିଥିବାରୁ ଭାରତ ସରକାରଙ୍କ ଏହି ମହନତାକୁ ସ୍ବାଗତ କରିବା ସହ ପ୍ରଶଂସା କରିଛନ୍ତି ମ୍ୟାମାର ସରକାର । ଏଥିସହ ବିପଦ ବେଳର ବନ୍ଧୁ ସାଜିଥିବାରୁ ଧନ୍ୟବାଦ ବି ଜଣାଇଛନ୍ତି ମ୍ୟାମାର ପ୍ରଧାନମନ୍ତ୍ରୀ ।
ମାର୍ଚ୍ଚ ୨୮ରେ ଭୟଙ୍କର ଭୂକମ୍ପରେ ଦୋହଲଯାଇଥିଲା ମ୍ୟାମାର । ପ୍ରଳଙ୍କାରୀ ଭୂକମ୍ପ ଏବଂ ପ୍ରକୃତିର ତାଣ୍ଡବଲୀଳା ପରେ ମ୍ୟାମାରରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ମୃତ୍ୟୁ ଏବଂ ବିରାଟ ବିରାଟ ଅଟ୍ଟାଳିକା, ମଲ, ବ୍ରିଜ୍, ହସ୍ପିଟାଲ, ମନ୍ଦିର, ମସଜିଦ୍ ଭାଙ୍ଗିଯିବା କାରଣରୁ ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିଲେ । ଯାହାଙ୍କୁ ଉଦ୍ଧାର କରିବା ମ୍ୟାମାର ସରକାର ପାଇଁ କାଠିକର ଥିଲା ।
ଆଉ ଏହି ସମୟରେ ମ୍ୟାମାରରେ ମୃତ୍ୟୁ ମୁହଁରୁ ଜୀବନ ବଞ୍ଚାଇବାକୁ ଏବଂ ମ୍ୟାମାରକୁ ସଜାଡିବାକୁ ଭାରତ ଅଣ୍ଚା ଭିଡିଥିଲା । ଆଉ ଆରମ୍ଭ କରିଥିଲା ଅପରେସନ ବ୍ରହ୍ମା । ଏହି ଅଭିଯାନରେ ଭାରତ ମ୍ୟାମାରକୁ ଉଦ୍ଧାରକାରୀ ଦଳ, ରିଲିଫ, ଡାକ୍ତରୀ ଟିମ୍ ପଠାଇଥିଲା । ଯେଉଁମାନେ ଆଜି ବି ମ୍ୟାମାରରେ ଦେବଦୂତ ପରି କାମ କରୁଛନ୍ତି । ଯାହାକୁ ମ୍ୟାମାର ସରକାର ପ୍ରଶଂସା କରିବା ସହ ମ୍ୟାମାରର ବିଭିନ୍ନ ଗଣମାଧ୍ୟମ ମଧ୍ୟ ଭାରତର ଏହି ବଡପଣକୁ ପ୍ରଶଂସା କରୁଛନ୍ତି ।