ନୂଆଦିଲ୍ଲୀ : ଜଣେ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ଜଣା ପଡ଼ିଛି । ମିଆଁମାର ଏୟାରଲଇନ୍ସର ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଲୋକେ ପାଇଲଟ୍ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ବିମାନଟି ଅବତରଣ କରିବାକୁ ଯାଉଥିବା ସମୟରେ ଲ୍ୟାଣ୍ଡିଙ୍ଗ ଗିୟର କାମ ନ କରିବାରୁ ଆଗ ଚକା ଖୋଲି ନଥିଲା । କିନ୍ତୁ ପାଇଲଟ୍ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପଛ ଚକାରେ ବିମାନକୁ ଅବତରଣ କରାଇଥିଲେ । ଯାହାଦ୍ୱାରା ବିମାନଟି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ଏହି ଘଟଣା ପରେ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ପାଇଲଟଙ୍କ କୁଶଳତାକୁ ପ୍ରଶଂସା କରାଯାଉଛି ।
/sambad/media/post_attachments/wp-content/uploads/2019/05/Master-300x170.jpg)
ଏୟାରଲାଇନ୍ସ ତରଫରୁ ଜାରି ବୟାନରେ କୁହାଯାଇଛି, ୟଙ୍ଗୁନରୁ ମଣ୍ଡାଲେ ପାଇଁ ଉଡ଼ାଣ ଭରିଥିଲା ବିମାନ । ମଣ୍ଡାଲେ ବିମାନବନ୍ଦରରେ ଅବତରଣ କରାଇବା ସମୟରେ ବିମାନର ଲ୍ୟାଣ୍ଡିଙ୍ଗ ଗିୟର କାମ କରୁ ନଥିବା ଜାଣିବାକୁ ପାଇଥିଲେ ପାଇଲଟ । ଯାହା ପରେ ସେ ପଛ ଚକାରେ ବିମାନ ଅବତରଣ କରାଇଥିଲେ ।