ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଏବେ ଔଷଧ ନିର୍ମାତା କମ୍ପାନି ମାଇଲନ୍ ଏନଭି ଏକ ବଡ଼ ଘୋଷଣା କରିଛି । କରୋନା ରୋଗୀଙ୍କୁ ଆରୋଗ୍ୟ କରିବା ପାଇଁ ମାଇଲନ୍ ଏନଭି ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ବଜାରକୁ ଛାଡ଼ିବ | ଏ ନେଇ କମ୍ପାନି ପକ୍ଷରୁ ସୋମବାର ଘୋଷଣା କରାଯାଇଛି । ୧୦୦ଏମଜି ରେମଡେସିବିର ପାଇଁ ଲୋକଙ୍କୁ ୪,୮୦୦ଟଙ୍କା ଦେବାକୁ ହେବା ସହ ଚଳିତ ମାସରୁ ଏହା ଭାରତରେ ଉପଲବ୍ଧ ହେବ ।
/sambad/media/post_attachments/5eb45af4bb27910f1780e42f920a8a15952a93a689a95e607ee3f35604052fcf.jpg)
ଏ ନେଇ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜି) ମାଇଲନ ଏନଭିକୁ ରେମଡେସିବିରର ଜେନେରିକ୍ ସଂସ୍କରଣକୁ ଭାରତରେ ଲଞ୍ଚ କରିବାକୁ ଅନୁମତି ଦେଇଛି। ରେମଡେସିବିରର ଉତ୍ପାଦନ ଏବଂ ମାର୍କେଟିଂ ପାଇଁ ଅନୁମୋଦନ ପରେ ମାଇଲନ କମ୍ପାନି ପକ୍ଷରୁ କୁହାଯାଇଛି ଯେ, 'ଡେସରେମ୍' ନାମରେ ଏହି ଔଷଧ ଭାରତରେ ବଜାର ପ୍ରବେଶ କରିବ। ଏହି ଔଷଧ ସନ୍ଦିଗ୍ଧ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ମାଇଲନ୍ ଏନଭି ପୂର୍ବରୁ ଦୁଇଟି ଭାରତୀୟ କମ୍ପାନୀ ସିପ୍ଲା ଲିମିଟେଡ୍ ଏବଂ ହେଟେରୋ ଲ୍ୟାବ ମଧ୍ୟ ରେମଡେସିବିରର ଏକ ଜେନେରିକ୍ ସଂସ୍କରଣ ପ୍ରସ୍ତୁତ କରିଥିଲେ। ସେଥିମଧ୍ୟରୁ ସିପ୍ଲାର ଔଷଧର ମୂଲ୍ୟ ୫,୦୦୦ଟଙ୍କା ଥିବା ବେଳେ ହେଟେରୋ ତିଆରି କରିଥିବା ଔଷଧର ମୂଲ୍ୟ ରହିଛି ୫,୪୦୦ଟଙ୍କା | ଏହି କ୍ଷେତ୍ରରେ ମାଇଲନ୍ ଏନଭି କମ୍ପାନିର ଔଷଧର ମୂଲ୍ୟ ସର୍ବନିମ୍ନ ରହିଛି |