କଠୁଆ: ବୁଧବାର ସନ୍ଧ୍ୟାରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ହୀରାନଗର ସେକ୍ଟର୍ରେ ପ୍ରଚଣ୍ଡ ବିସ୍ଫୋରଣ ଭଳି ଶବ୍ଦ ଯୋଗୁଁ ଜମ୍ମୁ ଓ କଶ୍ମୀରର କଠୁଆ ଅନ୍ତର୍ଗତ ଏକ ସୀମାନ୍ତ ଗ୍ରାମରେ ଲୋକେ ଆତଙ୍କିତ ହୋଇଯାଇ ଘରୁ ବାହାରକୁ ଚାଲି ଆସିଥିଲେ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ‘ବର୍ଡର୍ ପୋଲିସ୍ ପୋଷ୍ଟ୍ ସାନ୍ୟାଲ୍’ ଅନ୍ତର୍ଗତ ସୀମାନ୍ତ ଗ୍ରାମ ସାନ୍ୟାଲ୍ ବା ଚାନ୍ୟାଲ୍ ଗ୍ରାମରେ ପ୍ରଚଣ୍ଡ ବିସ୍ଫୋରଣ ଶଦ୍ଦ ଶୁଭିଥିବା ଖବର ମିଳିଛି। ଆନ୍ତର୍ଜାତିକ ସୀମାକୁ ଲାଗି କେତେ କିଲୋମିଟର୍ ଦୂରରେ ଥିବା ଅନ୍ୟାନ୍ୟ ଗ୍ରାମକୁ ମଧ୍ୟ ଉକ୍ତ ବିସ୍ଫୋରଣ ଶୁଭିଥିଲା।
Image Courtesy of ANIଶବ୍ଦ ଶୁଭିବା ପରେ ପରେ ବରିଷ୍ଠ ସରକାରୀ ଅଧିକାରୀମାନେ ତୁରନ୍ତ ଉକ୍ତ ଗାଁକୁ ଯାଇଥିଲେ। ନିରାପତ୍ତା ବଳ ମଧ୍ୟ ସେ ଅଞ୍ଚଳରେ ବ୍ୟାପକ ତଲାସ ଅଭିଯାନ ଆରମ୍ଭ କରିଛି।
ଜମ୍ମୁ ଜୋନ୍ର ତତ୍ତ୍ବାବଧାନ କରୁଥିବା ଅତିରକ୍ତି ପୁଲିସ ମହାନିର୍ଦେଶକ ମୁକେଶ ସିଂହ କହିଛନ୍ତି ଯେ, ପଦସ୍ଥ ଅଧିକାରୀମାନେ ଯଥାଶୀଘ୍ର ଘଟଣାସ୍ଥଳକୁ ଯାଇଛନ୍ତି। ହୀରାନଗର ଥାନା ଅନ୍ତର୍ଗତ ଆନ୍ତର୍ଜାତିକ ସୀମାକୁ ଲାଗି ଥିବା ‘ବିପିପି ସାନ୍ୟାଲ୍’ ନିକଟରେ ବିସ୍ଫୋରଣ ଶବ୍ଦ ଶୁଭିଥିବା ଖବର ମିଳିଛି। ସେ ଅଞ୍ଚଳର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଘଟଣାସ୍ଥଳକୁ ଯାଇଛନ୍ତି।
Image Courtesy of ANIହୀରାନଗର ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଶବ୍ଦ ନିଶ୍ଚୟ ଶୁଭିଛି କିନ୍ତୁ, ଏପର୍ଯ୍ୟନ୍ତ କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Blast-Sound-in-LOC_Thumbnail.jpg)