ଚିକ୍କମାଗାଲୁରୁ : ଜେଡିଏସ୍ ନେତା ତଥା କର୍ଣ୍ଣାଟକ ବିଧାନ ପରିଷଦ ଉପାଧ୍ୟକ୍ଷ ଏସଏଲ୍ ଧର୍ମଗୌଡ଼ା (୬୫)ଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ଚିକ୍କମଗାଲୁରୁ ଜିଲ୍ଲାର କାଡୁର ନିକଟସ୍ଥ ରେଳ ଟ୍ରାକ୍ ନିକଟରେ ତାଙ୍କ ମୃତଦେହ ମିଳିଛି। ତେବେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଚିକ୍କମଗାଲୁରୁ ଡିସି ଡା ବଗାଡ଼ି ଗୌତମ କହିଛନ୍ତି, ଏହି ନେତାଙ୍କ ମୃତ୍ୟୁ କିଭଳି ହୋଇଛି ତାହା କେବଳ ଶବ ବ୍ୟବଚ୍ଛେଦ ପରେ ହିଁ ଜଣାପଡ଼ିବ।