ଆନ୍ଧ୍ର ଉପକୂଳରେ ରହସ୍ୟଜନକ ସ୍ବର୍ଣ୍ଣିମ ରଥ, ଅନ୍ୟ ଦେଶରୁ ଭାସିଆସିଥାଇ ପାରେ

ଶ୍ରୀକାକୁଲମ୍: ମଙ୍ଗଳବାର ଏକ ରହସ୍ୟଜନକ ସ୍ବର୍ଣ୍ଣିମ ରଥ ସମୁଦ୍ରରେ ଭାସିଆସି ଶ୍ରୀକାକୁଲମ୍ ଅନ୍ତର୍ଗତ ସୁନ୍ନାପାଲ୍ଲି ପୋତାଶ୍ରୟରେ ଲାଗିଥିବା ସୂଚନା ମିଳିଛି। ବାତ୍ୟା ଅସାନି ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଏହି ରଥଟି ଅନ୍ୟ କେଉଁ ଦେଶରୁ ଭାସି ଆସିଥିବା କୁହାଯାଉଛି। ଇଣ୍ଡୋନେସିଆରୁ ଏହା ଭାସି ଆସିଥାଇପାରେ ବୋଲି କୁହାଯାଉଛି। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବାତ୍ୟା ଥମିବା ଓ ସମୁଦ୍ର ଶାନ୍ତ ହେବା ପରେ କିଛି ଲୋକ ପାଣି ଭିତରେ ପଶି ରଥକୁ ଟାଣି ଟାଣି କୂଳକୁ ଆଣୁଛନ୍ତି। ତେବେ ଏହି ରଥ କେବଳ କାଠ ଓ ଲୁହାରେ ତିଆରି ହୋଇଛି ଏବଂ ଏଥିରେ ସୁନା ଲାଗିଥିବା ନେଇ ହେଉଥିବା ପ୍ରଚାର ସଂପୂର୍ଣ୍ଣ ମିଥ୍ୟା ବୋଲି ସ୍ଥାନୀୟ ପୁଲିସ କହିଛି।

ସମ୍ବନ୍ଧିତ ଖବର