ବୁରୁଣ୍ଡି: ଆଫ୍ରିକାର ବୁରୁଣ୍ଡିର ଏକ ସହରରେ ଏକ ରହସ୍ୟଜନକ (ଅଜଣା) ଭୂତାଣୁ ସଂକ୍ରମଣ ଯୋଗୁ ନାକରୁ ରକ୍ତ ପଡ଼ୁଛି ଓ ଲୋକର ମୃତ୍ୟୁ ଘଟୁଛି। ଗତ ୨୪ ଘଣ୍ଟାରେ ସହରର ୩ ଜଣ ଲୋକଙ୍କର ଏହିପରି ଭାବେ ମୃତ୍ୟୁ ଘଟିବା ପରେ ସହରକୁ କ୍ବାରାଣ୍ଟିନରେ ରଖାଯାଇଛି। ଅର୍ଥାତ୍ ସହରରୁ କେହି ବାହାରକୁ ଯିବେ ନାହିଁ କି ବାହାରର କୌଣସି ଲୋକ ଏହି ସହରକୁ ଆସିବେ ନାହିଁ। ଆଫ୍ରିକୀୟ ଦେଶ ବୁରୁଣ୍ଡିର ଏକ ଛୋଟ ସହରରେ ଉକ୍ତ ଅଜଣା ଭୂତାଣୁ ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି।
ସହରର ବାଜିରୋ ଅଞ୍ଚଳରେ ସଂକ୍ରମିତ ୩ ଜଣ ଲୋକଙ୍କର ନାକରୁ ରକ୍ତ ପଡ଼ିବା ପରେ ମୃତ୍ୟୁ ଘଟିଛି। ରୋଗର ଲକ୍ଷଣ ଭିତରେ ରହିଛି- ଜ୍ବର ହେବା, ମୁଣ୍ଡ ବିନ୍ଧିବା, ମୁଣ୍ଡ ବୁଲେଇବା, ବାନ୍ତି ହେବା ଇତ୍ୟାଦି। ଶେଷରେ ନାକରୁ ରକ୍ତ ପଡ଼ିବା ସହ ରୋଗୀର ମୃତ୍ୟୁ ଘଟୁଛି। ଇବୋଲା ବା ମାରବର୍ଗ ଭୂତାଣୁ ଏହି ରୋଗର କାରଣ ନୁହେଁ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ବୁରୁଣ୍ଡୀୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏହି ଭୂତାଣୁ ଏକ ସଂକ୍ରାମକ ଓ ରକ୍ତକ୍ଷରଣକାରୀ ମାରାତ୍ମକ ଅଣୁଜୀବ ପରି ଜଣାପଡ଼ୁଛି। ଏହାପୂର୍ବରୁ ଚଳିତମାସରେ ପଡ଼ୋଶୀ ତାଞ୍ଜାନିଆରେ ମାରବର୍ଗ ଭୂତାଣୁ ଜନିତ ସଂକ୍ରମଣ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/65sf4h654hsfhhsfshfshffh.jpg)