ନୂଆଦିଲ୍ଲୀ: ୱେଷ୍ଟର୍ନ ଅଷ୍ଟ୍ରେଲିଆର ଜୁରିୟନ ବେସ୍ଥିତ ସମୁଦ୍ର କୂଳକୁ ଏକ ରହସ୍ୟମୟବସ୍ତୁ ଭାସି ଆସି ବାଲି ଉପରେ ପଡ଼ିଛି। ଏହି ବସ୍ତୁକୁ ଦେଖିବା ପରେ ଏହାର ଏକ ଫଟୋ ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି ଟୁଇଟରରେ ସେୟାର କରିଛନ୍ତି।
ଟୁଇଟରରେ ଅଷ୍ଟ୍ରେଲିଆ ସ୍ପେସ ଏଜେନ୍ସି ଲେଖିଛନ୍ତି, ‘ଜୁରିୟନ ବେ, ୱେଷ୍ଟର୍ନ ଅଷ୍ଟ୍ରେଲିଆରେ ମିଳିଥିବା ଏହି ବସ୍ତୁର ଆମେ ଯାଞ୍ଚ କରୁଛୁ। ଏହା କୌଣସି ଫରେନ ସ୍ପେସ ଲଞ୍ଚ ଯାନର ଅଂଶ ହୋଇପାରେ ବୋଲି ଅନୁମାନ କରାଯାଉଛି। ସ୍ପଷ୍ଟ ସୂଚନା ପାଇଁ ଆମେ ବିଶ୍ବର ସମସ୍ତ ସ୍ପେସ ଏଜେନ୍ସିଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛୁ।’
ଅନ୍ୟ ଏକ ଟୁଇଟରେ ସ୍ପେସ ଏଜେନ୍ସି ଏହି ରହସ୍ୟମୟ ବସ୍ତୁକୁ ସ୍ପର୍ଶ ନକରିବାକୁ ଅନୁରୋଧ କରି ସତର୍କ କରିଛନ୍ତି। ଏଥିରେ ଏହା ବି କୁହାଯାଇଛି କି ଯଦି ଅନ୍ୟ କିଛି ରହସ୍ୟମୟ ବସ୍ତୁକୁ ଦେଖୁଛନ୍ତି ତେବେ ତୁରନ୍ତ ସ୍ପେସ ଏଜେନ୍ସି ମେଲରେ ତାହାର ସୂଚନା ନିଶ୍ଚିତ ଦିଅନ୍ତୁ।
We are currently making enquiries related to this object located on a beach near Jurien Bay in Western Australia.
The object could be from a foreign space launch vehicle and we are liaising with global counterparts who may be able to provide more information.
— Australian Space Agency (@AusSpaceAgency) July 17, 2023
ସୋସିଆଲ ମିଡିଆରେ ଏହି ରହସ୍ୟମୟ ବସ୍ତୁର ଫଟୋ ଓ ଭିଡିଓ ଭାଇରାଲ ହେଉଛି। କିଛିଲୋକେ ଏହି ବସ୍ତୁକୁ ଚନ୍ଦ୍ରଯାନ-୩ର ରକେଟର କିଛି ଅଂଶ ବୋଲି କହୁଛନ୍ତି।