ନୂଆଦିଲ୍ଲୀ: ଗ୍ବାଲିୟର ଜିଲ୍ଲାରେ ଭିତରୱାର ଥାନା ଅଧୀନରେ ଥିବା ଜୋରା ଗ୍ରାମରେ ଆକାଶରୁ ଏକ ରହସ୍ୟମୟ ବସ୍ତୁ ଖସିଛି। ଯାହାକୁ ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି।  ଏହି ବସ୍ତୁ ଆକାଶରୁ ଖସିବା ପରେ ଚଟାଣ ୨ଫୁଟ ଭିତରକୁ ଦବି ଯାଇଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଆକାଶରୁ ଖସିଥିବା ବସ୍ତୁଟି କ’ଣ ତାହା ଏଯାବତ ଜଣାପଡ଼ିନାହିଁ। ବିଶେଷଜ୍ଞ ଦଳ ଘଟଣାର ଯାଞ୍ଚ କରୁଛନ୍ତି। ଚାଷୀ ପୁରନଙ୍କ ଧାନ ଚାଷ ଜମିରେ କାମ ଚାଲିଥିଲା। ଆଖପାଖ ଜିମରେ ବି ଚାଷୀମାନେ ଚାଷ କରୁଥିଲେ। ଏହି ସମୟରେ ହଠାତ ଆକାଶରୁ ଏକ ଚିକମିକ କରୁଥିବା  ବସ୍ତୁ ଆସି ଉକ୍ତ ଚାଷ ଜମିରେ ପଡ଼ିଥିଲା। ଯାହାକୁ ଦେଖି ଭୟରେ ଚାଷୀମାନେ ଏଣେତେଣେ ଦୌଡ଼ି ପଳାଇଥିଲେ।  ଏହି ବସ୍ତୁଟି ଗୋଲାକାର ଥିବା ବେଳେ ଓଜନ ୫୦କିଲୋ ପାଖାପାଖି ରହିଥିବା ଅନୁମାନ କରାଯାଉଛି ବୋଲି ଜଣେ ଚାଷୀ କହିଛନ୍ତି।

ତେବେ ଏହି ଗୋଲାକାର ବସ୍ତୁଟି ଆକାଶରୁ ଚଟାଣରେ ପଡ଼ିବା ପରେ ଘୁରିଘୁରି ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲା। ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରାଯାଉଛି। ଇନ୍ସପେକ୍ଟର ରମାକାନ୍ତ ପୁଲିସ ଦଳ ସହିତ ଘଟଣାସ୍ଥଳରେ ଉପସ୍ଥିତ ବି ଅଛନ୍ତି। ବିଶେଷଜ୍ଞ ଦଳଙ୍କ ଯାଞ୍ଚ ପରେ ବି ଏହି ବସ୍ତୁଟି କ’ଣ ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି।