ଏଭରେଷ୍ଟ ଶୃଙ୍ଗ ଓ ନରୱେରେ ଉଡ଼ନ୍ତା ଥାଳିଆ

ନୂଆଦିଲ୍ଲୀ: ଏଭରେଷ୍ଟ ଶୃଙ୍ଗ ଓ ନରୱେରେ ଉଡ଼ନ୍ତା ଥାଳିଆ ଦେଖା ଯାଇଛି ବୋଲି ଏକ ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି। ପର୍ବତାରୋହୀ ଏବଂ ଚଳଚ୍ଚିତ୍ର ନିର୍ମାତା ଡେଭିଡ୍‌ ବ୍ରିଅସିୟର୍ସ ଏଭରେଷ୍ଟ୍‍ ଶୃଙ୍ଗରେ ଉଠାଇ ଥିବା ୪୭୭ଟି ଫଟୋକୁ ଯୋଡ଼ିବା ପରେ ସେଥିରେ ଉଡ଼ନ୍ତା ଥାଳିଆ ଥିବା ଦୁଇ ବିଲିଅନ୍‌ ପିକ୍ସେଲ୍‌ର ଫଟୋଟିଏ ପୂର୍ଣ୍ଣ ହୋଇପାରିଛି। ଏଭରେଷ୍ଟ୍‍ ଶୃଙ୍ଗର ସୌନ୍ଦର୍ଯ୍ୟ ଦର୍ଶାଇବା ପାଇଁ ୨୦୧୨ରେ ଏହି ଫଟୋଟି ମୋଜାକ୍‌ ଇମେଜ୍‌ରେ ଉଠାଯାଇଥିଲା। ଏଥିସହ ଦିଶୁଛି ତା’ ଉପର ଦେଇ ଉଡ଼ିଯାଉଥିବା ରହସ୍ୟମୟ ଜିନିଷଟି।

ୟୁଏଫ୍‌ଓ ହଣ୍ଟର୍‌ମାନେ କହୁଛନ୍ତି କି, ଚିତ୍ରଟିର ଉଚ୍ଚତାରୁ ଜଣାପଡୁଛି ଏହା ଡ୍ରୋନ୍‌ କିମ୍ବା ହେଲିକାପ୍ଟର୍‌ ନୁହେଁ। ଲଦାଖ ସୀମାନ୍ତବର୍ତ୍ତୀ ଭାରତ ଏବଂ ଚୀନ୍‌ ସୀମାନ୍ତର ଅଗମ୍ୟ ସ୍ଥାନରେ ଗୋଟାଏ ଗୋପନ ଭୂତଳ ଆଡ୍ଡା ଥିବା କଥା ବହୁ ଦିନରୁ ସେମାନେ ସନ୍ଦେହ କରି ଆସୁଛନ୍ତି।

୨୦୧୭ରେ ନେପାଳରେ ୟୁଏଫ୍‌ଓ ଦେଖା ଦେଇଥିବା କଥା ସିଆଇଏ କହିଥିଲା। ୧୯୬୮ରେ ଭାରତ ଏବଂ ଭୁଟାନ ସୀମାନ୍ତରେ ୟୁଏଫ୍‌ଓ ଦେଖା ଯାଇଥିଲା।

ଗତ ଗୁରୁବାର ଅପରାହ୍ଣରେ ଉତ୍ତର ନରୱେ ଦୂରାନ୍ତରେ ଏକ ଧଳା ଉଜ୍ଜ୍ୱଳ ୟୁଏଫ୍‌ଓ ଦେଖି ଲୋକେ କାବା ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର