ଅତ୍ୟନ୍ତ ଗୋପନୀୟ ଭାବେ ଆମେରିକୀୟ ବାୟୁସେନା ଅନ୍ତରୀକ୍ଷକୁ ପଠାଇଥିବା ସ୍ପେସ୍‌ ପ୍ଲେନ୍‌ ୭୮୦ ଦିନ ପରେ ଭୂପୃଷ୍ଠକୁ ଫେରିଲା ; ମିସନ ସଂପର୍କରେ ଆମେରିକା ନିରବ

ଫ୍ଲୋରିଡା: ଏକ ଅତ୍ୟନ୍ତ ଗୋପନୀୟ ମିଶନରେ ଅନ୍ତରୀକ୍ଷକୁ ଯାଇଥିବା ଆମେରିକୀୟ ବାୟୁସେନାର ଏକ ରହସ୍ୟମୟ ଅନ୍ତରୀକ୍ଷ ଯାନ (ସ୍ପେସ୍‌ ପ୍ଲେନ୍‌) ଅନ୍ତରୀକ୍ଷରେ ୭୮୦ ବିତାଇ ନିଜ ମିଶନକୁ ପୂରା କରିବା ପରେ ଗତକାଲି ଭୂପୃଷ୍ଠକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରି ଆସିଛି। ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଅନ୍ତରୀକ୍ଷକୁ ପଠା ଯାଇଥିବା ପାଇଲଟ ବିହୀନ ଏହି ଅନ୍ତରୀକ୍ଷ ଯାନଟି ଗତକାଲି ସନ୍ଧ୍ୟାରେ କେନେଡି ସ୍ପେସ୍‌ ସେଣ୍ଟରରେ ସଫଳତାର ସହ ଅବତରଣ କରିଥିବା ଜାଣିବାକୁ ମିଳିଛି। ପାଇଲଟ ବିହୀନ ଏହି ରହସ୍ୟମୟ ଅନ୍ତରୀକ୍ଷ ଯାନ (ସ୍ପେସ୍‌ ପ୍ଲେନ୍‌)ଟି ଚଳିତ ଥର ଅନ୍ତରୀକ୍ଷରେ ୭୮୦ ବିତାଇ ନିଜ ମିଶନକୁ ପୂରା କରିବା ସହ ଏକ ନୂତନ ରେକର୍ଡ ସୃଷ୍ଟି କରିଛି।

RT News

ହେଲେ, କେଉଁ ମିଶନ ପାଇଁ ଆମେରିକୀୟ ବାୟୁସେନା ପାଇଲଟ ବିହୀନ ଏହି ରହସ୍ୟମୟ ଅନ୍ତରୀକ୍ଷ ଯାନ (ସ୍ପେସ୍‌ ପ୍ଲେନ୍‌)ଟିକୁ ଅନ୍ତରୀକ୍ଷକୁ ପଠାଇଥିଲା ଏବଂ କେଉଁ ମିଶନକୁ ସଫଳତା ପୂର୍ବକ ସଂପନ୍ନ କରି ଦୀର୍ଘ ୭୮୦ ଦିନ ପରେ ଏହା ଫେରିଲା ତାହା ଜାଣିବାକୁ ସମଗ୍ର ବିଶ୍ୱ ଆଗ୍ରହ ପ୍ରକାଶ କରିଥିବା ବେଳେ ଆମେରିକା କିନ୍ତୁ ଏପ୍ରସଙ୍ଗରେ ଅଭୁତପୂର୍ବ ନିରବତା ଅବଲମ୍ବନ କରିଛି। ଅନ୍ୟପକ୍ଷରେ ଆମେରିକୀୟ ବାୟୁସେନା ଏହି ମିଶନକୁ ଅତ୍ୟନ୍ତ ଗୋପନୀୟ (ଟପ୍‌ ସିକ୍ରେଟ୍‌) କହି ଏସଂପର୍କିତ ସମସ୍ତ ପ୍ରଶ୍ନକୁ ଏଡାଇ ଯାଇଛି। ତେବେ, ଆମେରିକୀୟ ବାୟୁସେନା ଗୁପ୍ତଚର ବୃତ୍ତି ପାଇଁ ଏହି ପାଇଲଟ ବିହୀନ ରହସ୍ୟମୟ ଅନ୍ତରୀକ୍ଷ ଯାନ (ସ୍ପେସ୍‌ ପ୍ଲେନ୍‌)କୁ ଅନ୍ତରୀକ୍ଷକୁ ପଠାଇଥିବା ବିଶ୍ୱର ବହୁରାଷ୍ଟ୍ର ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର