ଭାରତରେ ଏନ୍‌-୯୫ ମାସ୍କ୍‌ର ଅଭାବ

ସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୩୪ରେ ପହଞ୍ଚିଥିବା ବେଳେ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଭୟ ବଢ଼ିଛି। ଏଥିପାଇଁ ଲୋକେ ପ୍ରଚୁର ପରିମାଣରେ ଏନ୍‌୯୫ ମାସ୍କ କିଣୁଛନ୍ତି। କରୋନା ସଂକ୍ରମଣରୁ ଦୁରେଇ ରହିବାପାଇଁ ଲୋକମାନେ ମାସ୍କ ପିନ୍ଧୁଛନ୍ତି। ଏହି ମାସ୍କର ଦର ବୃଦ୍ଧି ପାଇଛି। ଏଥିସହ ଉଭୟ ମେଡିକାଲ ଷ୍ଟୋର୍‌ ଏବଂ ଅନଲାଇନ୍‌ ଷ୍ଟୋର୍‌ରେ ବି ମାସ୍କ୍‌ ବିକ୍ରି ହେବା ବୃଦ୍ଧି ପାଇଛି। ଏପରି ସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସୁସ୍ଥ ଥିବା ବ୍ୟକ୍ତି ମାସ୍କ ପିନ୍ଧିବା କିଛି ଆବଶ୍ୟକ ନାହିଁ। ଯଦି ଅସୁସ୍ଥ ମନେ କରୁଛନ୍ତି ଏବଂ ଥଣ୍ଡା କାଶ ହେଉଛି ତେବେ ଯାଇ ମାସ୍କ ପିନ୍ଧିବାକୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଅଧିକାଂଶ ଷ୍ଟୋର୍‌ରେ ମାସ୍କ ଦର ବୃଦ୍ଧି ପାଇଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏନେଇ ଚେତାବନୀ ଦେଇଛନ୍ତି। ଯେଉଁମାନେ ଚଢ଼ା ଦରରେ ମାସ୍କ ବିକ୍ରି କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର