ସୁପ୍ରିମ କୋର୍ଟର ଅବକାଶକାଳୀନ ବେଞ୍ଚରେ ରହିବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ : ଆସନ୍ତା ୧୩ ତାରିଖରୁ ଜୁନ ୩୦ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ବାର୍ଷିକ ଗ୍ରୀଷ୍ମ ଅବକାଶ ହେବ । ଜୁଲାଇ୧ରୁ ସୁପ୍ରିମକୋର୍ଟର ନିୟମିତ କାର୍ଯ୍ୟ ଆରମ୍ଭ ହେବ । ତେବେ ଏହି ଅବକାଶ ସମୟରେ କାମ କରଥିବା ଅବକାଶକାଳୀନ ବେଞ୍ଚରେ ସାଧାରଣତଃ ପ୍ରଧାନ ବିଚାରପତିମାନେ ରହନ୍ତି ନାହିଁ । କିନ୍ତୁ ଏଥର ବ୍ୟତିକ୍ରମ ଦେଖାଯିବ ।

କାରଣ ଏଥର ମେ ୨୫ରୁ ମେ ୩୦ ପର୍ଯ୍ୟନ୍ତ ନିଜେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉପସ୍ଥିତ ରହିବେ । ଆସନ୍ତା ୨୩ରେ ଭୋଟ ଗଣତି ଥିବାରୁ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ପ୍ରଧାନବିଚାରପତି । କାରଣ ଯଦି ଝୁଲା ଲୋକସଭା ହେଲା ସରକାରଗଠନ ପାଇଁ କୌଣସି ପ୍ରକାରର ଆଇନଗତ ଜଟିଳତା କିମ୍ବା ବିବାଦ ଦେଖାଦେଲେ ତାହାର ବିଚାର ପାଇଁ ନିଜେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଉପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଙ୍କ ସହ ଏହି ବେଞ୍ଚରେ ଜଷ୍ଟିସ ଏମଆର ଶାହ ମଧ୍ୟ ରହିବେ ।

ସମ୍ବନ୍ଧିତ ଖବର