ନୂଆଦିଲ୍ଲୀ : ଦୀର୍ଘଦିନ ଅସୁସ୍ଥ ରହିବା ପରେ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ଦତ୍ତ ତିୱାରୀଙ୍କର ୯୩ ବର୍ଷ ବୟସରେ ପରଲୋକ ଘଟିଛି। ନିଜର ୯୩ତମ ଜନ୍ମତିଥିରେ ବରିଷ୍ଠ କଂଗ୍ରେସ ନେତା ତିୱାରୀଙ୍କର ବିୟୋଗ ଘଟିଛି।
ତିୱାରୀ ୩ ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ। ଏହାପରେ ସେ କର୍ଣ୍ଣାଟକର ରାଜ୍ୟପାଳ ଭାବେ ଅବସ୍ଥାପିତ ହୋଇଥିଲେ।
Former UP and Uttarakhand CM ND Tiwari passes away at Max Hospital in Saket. #Delhipic.twitter.com/tavfHc73Bp
— ANI (@ANI) October 18, 2018