ସିଓଲ୍‌: ପ୍ରାୟ ପାଞ୍ଚ ମାସ ପରେ ଉତ୍ତର କୋରୀୟ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ପତ୍ନୀ ରି ସୋଲ୍‌ ଜୁଙ୍କ ଫଟୋ ବୁଧବାର ଦିନ ପ୍ରଥମ କରି ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, କରୋନାଭାଇରସ୍‌ ମହାମାରୀ କାରଣରୁ ଶାସକଙ୍କ ପରିବାର ବାହାରକୁ ବାହାରୁ ନ ଥିଲେ।

Advertisment

ରାଷ୍ଟ୍ରାୟତ ନିଉଜ୍‌ ଏଜେନ୍‌ସି ‘କେସିଏନ୍‌ଏ’ କହିବା ଅନୁସାରେ, ଚନ୍ଦ୍ରାୟଣ ନବବର୍ଷ ଅବସର ପାଳନ ଉପଲକ୍ଷେ ରାଜଧାନୀ ପାଇୟୋଙ୍ଗ୍ୟାଙ୍ଗ୍‌‌ସ୍ଥିତ ମାନ୍‌ସୁଦାଏ ଆର୍ଟ ଥି‌ଏଟର୍‌ରେ ପରିବେଶଣ ହେଉଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କିମ୍ ଓ ରି ଯୋଗ ଦେଇଥିଲେ।

ଶେଷ ‌ଥର ପାଇଁ ରି ଉତ୍ତର କୋରିଆର ପ୍ରତିଷ୍ଠା ଦିବସ ସେପ୍ଟେମ୍ବର ୯ ତାରିଖରେ ସର୍ବସାଧାରଣରେ ଦେଖା ଦେଇଥିଲେ। ସେ ସମୟରେ ସେ ସ୍ବାମୀ କିମ୍‌ଙ୍କ ସହ ‘କୁମସୁସାନ୍‌ ପାଲେସ୍‌ ଅଫ୍‌ ଦି ସନ୍‌’ ପରିଦର୍ଶନରେ ଯାଇଥିଲେ। ସେଠାରେ କିମ୍‌ଙ୍କ ମୃତ ଜେଜେ ଓ ବାପାଙ୍କ ସଂରକ୍ଷିତ ଶବ ରହିଛି।

publive-image Image Courtesy of Deccan Herald

‘କେସିଏନ୍‌ଏ’ ଆହୁରି ମଧ୍ୟ କହିଛି ଯେ, ସ୍ବାଗତ ବାଦ୍ୟ ବାଜଣା ବେଳେ ପତ୍ନୀ ରି ସୋଲ୍‌ ଜୁଙ୍କ ସହ କିମ୍‌ ଥିଏଟର୍‌ର ଅଡିଟରିୟମ୍‌ରେ ଉପସ୍ଥିତ ହେବା ଦେଖି ହର୍ଷୋତ୍‌ଫୁଲ୍ଲିତ ଦର୍ଶକଗଣ  ବଡ଼ ପାଟିରେ ‘ହୁରେ’ ବୋଲି କହିଥିଲେ। ସୋ’ ଶେଷ ହେବା ପରେ କିମ୍‌ ଦମ୍ପତି ମଞ୍ଚାସୀନ ହୋଇ କଳାକାରମାନଙ୍କ ସହ କରମର୍ଦ୍ଦନ କରିବା ସହ ଫଟୋ ଉଠାଇଥିଲେ।

ସାମାଜିକ, ବ୍ୟାବସାୟିକ ଏବଂ ସାମରିକ ଗସ୍ତରେ କିମ୍‌ଙ୍କ ସହ ଯାଇ ଏକଦା ରି ଅନ୍ତର୍ଜାତୀୟ ସମୁଦାୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ଥିଲା ଏକ ବ୍ୟତିକ୍ରମ। କାରଣ କିମ୍‌ଙ୍କ ବାପା ଦ୍ବିତୀୟ କିମ୍ ଜୋଙ୍ଗ୍‌ କ୍ବଚିତ୍‌ ତାଙ୍କ ପତ୍ନୀମାନଙ୍କ ସହ ବାହାରକୁ ଯାଉଥିଲେ।

ଗୁପ୍ତଚର ଏଜେନ୍‌ସିମାନଙ୍କର ବିଶ୍ବାସ କିମ୍ ଓ ରିଙ୍କର ୩ଟି ସନ୍ତାନସନ୍ତତି ଅଛନ୍ତି। କିନ୍ତୁ, ସର୍ବସାଧାରଣରେ ତାଙ୍କ ସନ୍ତାନସନ୍ତତିଙ୍କ କଥା କେହି ଜାଣନ୍ତି ନାହିଁ।