‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର’

ଅନୁପମ୍‌, ଅକ୍ଷୟଙ୍କ ସମେତ ୧୭ ଜଣଙ୍କ ବିରୋଧରେ ଏତଲା

ମୁଜାଫରପୁର: ଆସନ୍ତା ୧୧ ତାରିଖରେ ମୁକ୍ତିଲାଭ ହେବାକୁ ଥିବା ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ଏବେ ନାନା ବିବାଦରେ ରହିଛି। ଆଜି ଅଭିନେତା ଅନୁପମ୍‌ ଖେର୍‌ ଏବଂ ଅକ୍ଷୟ ଖାନ୍ନାଙ୍କ ସମେତ ୧୭ ଜଣଙ୍କ ବିରୋଧରେ ଏତଲା ରୁଜୁ ପାଇଁ ମୁଜାଫରପୁର କୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଉପରେ ଆଧାରିତ ଏହି ଫିଲ୍ମଟିରେ ବିଭିନ୍ନ ସରକାରୀ ଅଧିକାରୀମାନଙ୍କୁ ଅସମ୍ମାନ କରି ଚିତ୍ରଣ କରାଯାଇଛି ବୋଲି ଜଣେ ଆଇନଜୀବୀ କୋର୍ଟରେ ଅଭିଯୋଗ ଦାଏର କରିଥିଲେ।

ସମ୍ବନ୍ଧିତ ଖବର