କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଅନେକ ଛାତ୍ର ରାଜରାସ୍ତାକୁ ଓହ୍ଲାଇଛନ୍ତି। ଛାତ୍ରମାନେ ପୂର୍ବରୁ ‘ନବନ୍ନା ଅଭିଯାନ’ ପ୍ରଦର୍ଶନ କରିବେ ବୋଲି ଘୋଷଣା କରିଥିବାରୁ ସେମାନଙ୍କୁ ରୋକିବା ପାଇଁ ଖୁବ୍ ଅଧିକ ସଂଖ୍ୟକ ପୁଲିସ୍‌ ନିୟୋଜିତ କରାଯାଇଥିଲା। ପ୍ରତ୍ୟେକ ଛକ ଉପରେ କଡ଼ା ନଜର ରଖା ଯାଇଥିଲା। ଏହି କାରଣରୁ କୋଲକାତାର ହାୱଡ଼ା ବ୍ରିଜ୍‌କୁ ସିଲ୍‌ କରି ଦିଆଯାଇଛି। ତେବେ ଏହି ମାମାଲାରେ ଆଜି ୪ ଜଣ ଛାତ୍ରଙ୍କୁ ଧରାଯାଇ ହେପାଜତରେ ନିଆଯାଇଛି।

Advertisment

ଛାତ୍ରମାନଙ୍କୁ ରୋକିବା ପାଇଁ କୋଲକାତା ପୁଲିସ୍‌ ଅନେକ ରାସ୍ତା ବନ୍ଦ କରି ଦେଇଛି। ଡ୍ରୋନ୍‌ ସହାଯ୍ୟରେ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ପୁଲିସ୍‌ ଦ୍ବାରା ଯେଉଁ ବାରିକେଡ୍‌ କରାଯାଇଛି ତାହାକୁ ବିକ୍ଷୋଭବାକରୀ ଛାତ୍ରମାନେ ଭାଙ୍ଗିବାରେ ଲାଗି ପଡ଼ିଛନ୍ତି।

ତେବେ ଶାସକ ଦଳ ତୃଣ ମୂଳ କଂଗ୍ରେସ ଏହି ପ୍ରଦର୍ଶନରେ ବିରୋଧୀର ହାତ ଥିବା ସନ୍ଦେହ କରୁଛି। ଟିଏମ୍‌ସିର କହିବା କଥା ହେଲା ବିରୋଧୀମାନେ ରାଜ୍ୟରେ ଅଶାନ୍ତି ଖେଳାଇବାକୁ ଚାହାନ୍ତି। ପରିସ୍ଥିତିକୁ ବଦଳାଇବା ପାଇଁ ବିରୋଧୀ ଏହି ବିରୋଧ ପ୍ରଦର୍ଶନକୁ ଇନ୍ଧନ ଯୋଗାଉଛି।

ତେବେ ଏହି ବିରୋଧରେ ଛାତ୍ରମାନେ ୩ଟି ଦାବି ରଖିଛନ୍ତି। ସେମାନେ ସେମ‌ାନଙ୍କ ଦାବିରେ କହିଛନ୍ତି ଦୁଷ୍କର୍ମ ଓ ହତ୍ୟା ପୀଡ଼ିତାଙ୍କୁ ନ୍ୟାୟ, ଅଭିଯୁକ୍ତକୁ ମୃତ୍ୟୁ ଦଣ୍ଡ ଓ ମମତାଙ୍କ ଇସ୍ତଫା ଆବଶ୍ୟକ। ସେମାନଙ୍କ ଦାବି ପୂରା ନହେଲେ ଏହି ଅଭିଯାନ ଜାରି ରହିବ ବୋଲି ଛାତ୍ରମାନେ ଧମକ ଦେଇଛନ୍ତି।