ଯୁବତୀଙ୍କ ଟାଟୁ ନିଶା, ପିଠିରେ ଚନ୍ଦ୍ରଯାନ ସହ ଟ୍ରାଫିକ ନିୟମ

ନୂଆଦିଲ୍ଲୀ: ରବିବାରରୁ ଆରମ୍ଭ ହେଉଛି ଚୈତ୍ର ନବରାତ୍ରି। ତେବେ ନବରାତ୍ରୀକୁ ନେଇ ଯୁବପିଢ଼ିଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି | ଗୁଜୁରାଟର ସୁରଟରେ ଗରବା ନୃତ୍ୟ ପାଇଁ ଯୁବତୀମାନେ ପିଠି ପଛପଟେ ଭିନ୍ନ ଭିନ୍ନ ଡିଜାଇନର ଟାଟୁ ଆଙ୍କିଛନ୍ତି | ଯୁବତୀମାନେ ଚନ୍ଦ୍ରଯାନ-୨ ସହ ଟ୍ରାଫିକ ନିୟମ ସମ୍ପର୍କିତ ଟାଟୁ ଆଙ୍କିଛନ୍ତି | ଏହି ଯୁବତୀଙ୍କ ଟାଟୁ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି |

ଇସ୍ରୋର ଚନ୍ଦ୍ରଯାନ ମିଶନ ସମ୍ପର୍କିତ ଟାଟୁ ସହ ସେପ୍ଟେମ୍ବର ୧ରେ ଲାଗୁ ହୋଇଥିବା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କଲେ ଜରିମାନା ଭଳି ଟାଟୁ ଆଙ୍କିଛନ୍ତି | ସେହିପରି କେନ୍ଦ୍ର ସରକାରଙ୍କ ଦ୍ୱାରା ଜମ୍ମୁକାଶ୍ମୀରରୁ ଧାରା ୩୭୦ ହଟାଇବା ଭଳି ଘଟଣାର ଟାଟୁ ଆଙ୍କିଛନ୍ତି | ଏଠାରେ ସୂଚନା ଥାଉ କି ଦେଶରେ ଏବେ ନବରାତ୍ରି ଉପଲକ୍ଷେ ପୂଜା ଆରମ୍ଭ ହୋଇଯାଇଛି |

ନବରାତ୍ରି ପାଇଁ ୯ ଦିନ ଧରି ମା ଦୁର୍ଗାଙ୍କର ଭିନ୍ନ ଭିନ୍ନ ରୂପରେ ପୂଜା କରାଯିବ | ବଡ଼କଥା ଏଥର ନବରାତ୍ରି ପାଇଁ ବୈଷ୍ଣୋ ଦେବୀ ମନ୍ଦିରରେ ସ୍ୱର୍ଣ୍ଣ ଦ୍ୱାର ଲଗାଯାଇଛି। ନବରାତ୍ରିରେ ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆସିବାକୁ ଥିବା ଭକ୍ତ ସ୍ୱର୍ଣ୍ଣ ଦ୍ୱାର ଦେଇ ମା’ଙ୍କ ଦର୍ଶନର ସୌଭାଗ୍ୟ ପାଇବେ।

ସମ୍ବନ୍ଧିତ ଖବର