ଚଣ୍ଡୀଗଡ଼: ପଞ୍ଜାବ ପ୍ରଦେଶର ପୂର୍ବତନ କଂଗ୍ରେସ କମିଟି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌରଙ୍କୁ କର୍କଟ ରୋଗ ହୋଇଥିବା ଚିହ୍ନଟ ହୋଇଛି। ସେ ଏବେ ରୋଗର ଦ୍ବିତୀୟ ପର୍ଯ୍ୟାୟରେ ଅଛନ୍ତି। ଟ୍ବିଟରରେ ସେ ଏ ବିଷୟରେ ସୂଚନା ଦେବା ସହ ବିନା ଦୋଷରେ ତାଙ୍କ ସ୍ବାମୀଙ୍କୁ ଜେଲ ପଠାଯାଇଛି ବୋଲି ଅଭିଯୋଗ କରିଛନ୍ତି। କୌର ଲେଖିଛନ୍ତି,- ବାରମ୍ବାର ତୁମକୁ ନ୍ୟାୟରୁ ବଞ୍ଚିତ ହେଉଥିବା ଦେଖିବାକୁ ପାଉଛି। ସତ୍ୟ ନିଶ୍ଚୟ ପଦାକୁ ଆସିବ, କିନ୍ତୁ ଏହା ବାରମ୍ବାର ତୁମର ପରୀକ୍ଷା ନେଉଛି। ମୋର କ୍ୟାନସର ଏବେ ଷ୍ଟେଜ୍-୨ରେ ଅଛି। ଆଜି ମୋର ଅସ୍ତ୍ରୋପଚାର ହେବାକୁ ଯାଉଛି। କାହାକୁ ଦୋଷ ଦେଇ ଲାଭ ନାହିଁ, ସବୁ ଈଶ୍ବରଙ୍କ ଇଚ୍ଛା ବୋଲି କୌର କହିଛନ୍ତି।