ରାହୁଲଙ୍କୁ ନଡ୍ଡାଙ୍କ ସମାଲୋଚନା: କଂଗ୍ରେସ ‘ଘୃଣାର ବଡ଼ ସପିଙ୍ଗ ମଲ୍‌’ ଖୋଲିଛି

ନୂଆଦିଲ୍ଲୀ : ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ଆମେରିକା ଗସ୍ତରେ ରହି ମୋଦୀ ସରକାରକୁ ଲଗାତାର ସମାଲୋଚନା ଜାରି ରଖିଥିବାରୁ ଜେପି ନଡ୍ଡା ଆଜି ରାହୁଲଙ୍କୁ ସମାଲୋଚନା କରିଛନ୍ତି।

ନଡ୍ଡା କହିଛନ୍ତି, କଂଗ୍ରେସ ଘୃଣାର ସବୁଠୁ ବଡ଼ ସପିଙ୍ଗ ମଲ୍‌ ଖୋଲିଛି। ଯେତେବେଳେ ବି ଭାରତ କିଛି ନୂଆ ରେକର୍ଡ କରୁଛି କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧି ଭାରତର ଗୌରବକୁ ହଜମ କରିପାରୁନାହାନ୍ତି। ଗୋଟିଏ ପଟେ ସେମାନେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଏବଂ ହିନ୍ଦୁ ମୁସଲିମ ବିଭାଜନ ବିଷୟରେ କଥା କହୁଛନ୍ତି ଏବଂ ଅନ୍ୟପକ୍ଷେ ସେମାନେ କହୁଛନ୍ତି ଯେ ସେମାନେ ପ୍ରେମର ଦୋକାନ ଖୋଲିଛନ୍ତି। ନଡ୍ଡା କହିଛନ୍ତି, କଂଗ୍ରେସ ଘୃଣାର ବଡ଼ ସପିଙ୍ଗ ମଲ୍‌ ଖୋଲିଛି।

ସମ୍ବନ୍ଧିତ ଖବର